ବାଲୁଗାଁ ଆଙ୍କୁଲା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ସାମ୍ବାଦିକ ବିକାଶ ନାୟକଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଙ୍କୁଲା ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ଯେଉଁଥିରେ ଜଣେ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି l ମୃତକ ବାଲୁଗାଁ ଅଞ୍ଚଳର ଆଇନଜୀବୀ ତଥା ସାମ୍ବାଦିକ ବିକାଶ ନାୟକ ବୋଲି ଜଣା ପଡିଛି । ବିକାଶ ମଧ୍ୟାହ୍ନରେ ବାଲୁଗାଁରୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ପୁରୁଣା ଜାତୀୟ ରାଜପଥର ଆଙ୍କୁଲା ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର ତାଙ୍କୁ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ବିକାଶଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସମୟରେ ଦୁର୍ଘଟଣା ଘଟାଇଥିବା କଣ୍ଟେନର କୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ର ଖବର ପ୍ରଚାରିତ ହେବା ପରେ ବାଲୁଗାଁ, ବାଣପୁର, ନାଚୁଣି ଓ ଟାଙ୍ଗି ଅଞ୍ଚଳର ସାମ୍ବାଦିକ ଓ ଆଇନଜୀବୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *