ବାଲ୍ୟ ବିବାହ ବନ୍ଦ ନିମନ୍ତେ ଆଗଧାଡିର କର୍ମୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନ ଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ନାରାୟଣପୁର ଓ ଜିରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପଞ୍ଚାୟତ ଦ୍ଵୟରେ ସ୍ୱାସ୍ଥ୍ୟ ବିଭାଗ ର 119 ଜଣ ଆଶା କର୍ମୀ ଉପସ୍ଥିତ ରହିଥିଲେ ୲ ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ସେମାନଙ୍କୁ ବାଲ୍ୟବିବାହ ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଆଗଧାଡିର କର୍ମକର୍ତ୍ତା ଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଓ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ମେହେର ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ, ଶିଶୁ ଟି ଉଚ୍ଚ ଶିକ୍ଷିତ ହେବାରୁ ବଞ୍ଚିତ ହୋଇଥାଏ, ମାନସିକ ନିର୍ଯାତନା ର ଶିକାର ହୋଇଥଏ, ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରାଇଥିଲେ l ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ କରିଛନ୍ତି l ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା l ଗ୍ରାମରେ /ପରିବାରରେ ଶିଶୁ ମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁ ମାନଙ୍କର ମୌଳିକ ଅଧିକାରକୁ ବଜାୟ ରଖିବା , ଆମର ଶିଶୁ ମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ସୁରକ୍ଷିତ ରଖିବା ସହିତ ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ ଦକ୍ଷତା ବୃଦ୍ଧି କରାଯାଇଥିଲା ୲ ନିଜର ଗ୍ରାମ / ପଞ୍ଚାୟତକୁ ଏକ ଆଦର୍ଶ ରୂପେ ପରିଣତ କରିବା ସହ ସଚେତନତା ସୃଷ୍ଟି କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରିଶପା ଭୂୟାଁ ( ସରପଞ୍ଚ , ଜୀରାଙ୍ଗ ) ଆକ୍ସନ ଏଡ଼ ର ବିଜୟ ପ୍ରଧାନ (ବ୍ଲକ ସଂଯୋଜକ), ଇନ୍ଧୁମତୀ ଦେବୀ, ଝରଣା କୁମ୍ଭ ଓ ମେଡିକାଲ ରୁ ଡା. ଭୀମ ଶବର, (ଜିରାଙ୍ଗ ସିଏଚସି), ଡା. ଗୀତାଞ୍ଜାଳୀ ଶତପଥୀ, ଡା. ସାମନ୍ତ ରାଈ, ଦୀପକ ପାଣିଗ୍ରାହୀ (DVLK), RBSK ) ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗୀରଥୀ ନାୟକ (ଜିରାଙ୍ଗ ମେଡିକାଲ ସୁପରଭାଇଜର) ଓ ଏଏନଏମ ମାନେ ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published. Required fields are marked *