ଜୟଦେବ ଭବନରେ କଳିଙ୍ଗ ଭମିପୁତ୍ର ସମ୍ମାନ – ୨୦୨୨ ଆୟୋଜିତ !!!

0
417

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ତରଫରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ କଳିଙ୍ଗ ଭମିପୁତ୍ର ସମ୍ମାନ-୨୦୨୨ ଆୟୋଜିତ ହୋଇଯାଇଛି । ଉକ୍ତ ସମ୍ମାନ ପ୍ରଦାନ ସଭାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପବ୍ଲିକ ଡିପାର୍ଟମେଣ୍ଟ , ଶିଶୁ ପରିବାର ଏବଂ ମହିଳା ଡିପାର୍ଟମେଣ୍ଟ , ସାମାଜିକ ନ୍ୟାୟ , ସଶକ୍ତିକରଣ ଏବଂ ନାଗରିକ ନ୍ୟାୟ ବିଭାଗ ( ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ) କର୍ମୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ପଦ୍ମଶ୍ରୀ ତୁଳସୀ ମୁଣ୍ଡା , ରାଷ୍ଟ୍ରୀୟ ସଭାପତି ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ନସିତ୍ ଆଫ୍ରୋଜ, ଭୁନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ , ମଧ୍ୟ ବିଧାୟକ ଭୁବନେଶ୍ୱର ଅନନ୍ତ ନାରାୟଣ ଜେନା ମଞ୍ଚସୀନ ହୋଇଥିଲେ .

ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯିଏ ଅସହାୟ ଲୋକଙ୍କ ସହ ରହି ନିଜ ନିଜର ମୌଳିକ ଅଧିକାର ପାଇବାରେ ସାହାଯ୍ୟ ର ହାତ ବଢ଼ାଇ ଆଗକୁ ନେଉଥିଲେ ସେହି ମହାନ ବ୍ୟକ୍ତି ବିଶେଷଙ୍କୁ ” କଳିଙ୍ଗ ଭୁମିପୁତ୍ର ସମ୍ମାନ- ୨୦୨୨ ଉପାଧି ପ୍ରଦାନ କରାଯାଇଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥଲେ ଶିକ୍ଷା ଦୁଇ ବର୍ଷ ହେଲା କରୋନା ଯୋଗୁଁ ଭୁସୁଡ଼ି ଯାଇଛି । ସବୁ ପିଲା ଶିକ୍ଷା ଠାରୁ ଦୁରେଇ ଗଲେ । ଯଦି ପୁଣି ଶିକ୍ଷା ସୁଦୃଢ ଭାବେ ପିଲା ଉଚିତ ଶିକ୍ଷା ପ୍ରଦାନ କରିପାରିବା ତେବେ ରାଜ୍ୟ ଓ ରାଷ୍ଟ୍ର ଉନ୍ନତି ପଥରେ ଆଗେଇ ପିଲାଙ୍କୁ ଏକ ଆଲୋକର ଦିଶା ଦେଖାଇବ । ଉକ୍ତ ସମ୍ମାନ ସଭାରେ ଶିଶୁ , ପରିବାର ଓ ମହିଳା ବିଭାଗର ଗଜପତି ଜିଲ୍ଲାର ଓଡିଶା ରାଜ୍ୟ ସଭାପତି ଡ଼ଃ ଆଲୋକ କୁମାର ବୋଷ ଓ ଗଜପତିର ଶ୍ରୀମତୀ ଲିଲି ସାହୁ ସଭାପତି (ମହିଳା) ରାୟଗଡା ଜିଲ୍ଲାର ଓଡିଶା ରାଜ୍ୟ ସମ୍ପାଦକ ବିଜୟ କୁମାର ଚୌଧୁରୀ , ସାଉଥ ଡିଭିଜନର ସଭାପତି କୃଷ୍ଣଚନ୍ଦ୍ର ରାଜଗୁରୁ ମହାପାତ୍ରଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ବାରା ”କଳିଙ୍ଗ ଭୂମିପୁତ୍ର ସମ୍ମାନ -୨୦୨୨ ” ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here