ଦଲକି ଗ୍ରାମରୁ ବିରଳ ପ୍ରଜାତିର ୯ ଫୁଟର ଅଜଗର ସାପ ଉଦ୍ଧାର !!!

0
336

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅଧୀନସ୍ଥ ଦଲକି ଗ୍ରାମ ପାଖ କେନାଲ ମଧ୍ୟରେ ଶନିବାର ସକାଳ 7 ଘଟିକା ସମୟରେ ଏକ ୯ ଫୁଟର ଅଜଗର ସାପ ବାହାରିବା ଦେଖି ଗ୍ରାମଲୋକେ ଭୟଭୀତ ହୋଇ ବନ ବିଭାଗ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ . ସୁକିନ୍ଦା ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ୍ ବେହୁରାଙ୍କ ସହିତ ଯୋଗାଯୋଗ କରିଥିଲେ . ସାପ ଧରାଳି ସୌମ୍ୟଜିତ୍ ବେହୁରା ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ବିରଳ ପ୍ରଜାତିର ୯ ଫୁଟର ଅଜଗର ସାପଟିକୁ ସୁରକ୍ଷିତ ଉପାୟରେ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ସାପଟିକୁ ସୁକିନ୍ଦା ପାଖ ଜଙ୍ଗଲରେ ସୁରକ୍ଷିତ ଉପାୟରେ ଚ୍ଛାଡ଼ିଥିଲେ .

LEAVE A REPLY

Please enter your comment!
Please enter your name here