କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଯାଇଛି । ଡେରାବିଶ ଗରଦପୁର ଓ ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତର ସମସ୍ତ ବିଜୁ ଜନତା ଦଳର ପୁରୁଷ ଓ ମହିଳା କର୍ମୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଳିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଯୋଗ ଦେଇଥିଲେ । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ବିଜୁ ଜନତା ଦଳର ଆଗାମୀ 2024 ନିର୍ବାଚନ ପାଇଁ ପାଟକୁରା ସଂଗଠନର ବିକାଶ ଓ ସ୍ଥିତିକୁ ସମୀକ୍ଷା କରାଯାଇଥିଲା । ଡେରାବିଶ ଗୋଲରା ହାଟର ପୂର୍ବତନ ବିଜେପି ସମର୍ଥିତ ସରପଞ୍ଚ ତ୍ରିଲୋଚନ ରାଉତଙ୍କ ସମେତ ଅନେକ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ମିଶିଥିଲେ । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ବିଗତ ଚାରି ବର୍ଷ ରେ ପାଟକୁରା ର ବିକାଶ ସମ୍ପର୍କିତ ଆଲୋଚନା କରିବା ସହ ପ୍ରତିବର୍ଷର ବିବରଣୀ କୁ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ପ୍ରମିଳା ମଲ୍ଲିକ ପାଟକୁରା ବିଜେଡି ର ସ୍ଥିତି ସମୀକ୍ଷା କରିବା ସହ ବିଜେପି କରୁଥିବା ଅପପ୍ରଚାର ର ସଠିକ ଜବାବ ଦେବାପାଇଁ ବିଜୁ ଜନତା ଦଳ ଛାତ୍ର, ଯୁବକ ଓ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ । ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ସୁଦୃଢ କରିବା ପାଇଂ ସମସ୍ତେ ଏକତ୍ରିତ ହୋଇ ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ କହିଥିଲେ । ପାଟକୁରା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ୬ ଟି ଜୋନର ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ପାଞ୍ଚ ହଜାରରୁ ଅଧିକ ମହିଳା ଓ ପୁରୁଷ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।
ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ !!!

