ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କଥାରେ ଅଛି ମଲ୍ଲୀ ଫୁଲ ବଣରେ ଫୁଟିଲେ ବି ଥିଲେ ତାର ବାସ୍ନା ସାରା ଦୁନିଆରେ ମହକିବ । ଆଜି ଆମେ ଏମିତି ଜଣେ ପ୍ରତିଭାବାନ ବ୍ୟକ୍ତି ଙ୍କୁ ଆପଣ ମାନଙ୍କ ସାମନାକୁ ଆଣୁଛୁ । ନୟାଗଡ଼ ସଦର ବ୍ଲକ ର ଏକ ଛୋଟ ଗାଁ ମଙ୍ଗରାଜପୁର ର ବାସିନ୍ଦା ସୋମ ରୟ । ଯେକି ଓଡ଼ିଶାର କୋଣ ଅନୁକୋଣ ରେ ଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ କୁ ଯାଇ ଗୁରୁଶିଷ୍ୟ ସମ୍ପର୍କ, ଅନୁଶାସନ, ନୈତିକତାର ମୁଲ୍ୟବୋଧ , ଏକାଗ୍ରତା, ଜୀବନ ରେ ବ୍ୟକ୍ତିତ୍ଵ ସମ୍ପର୍କରେ କାହାଣୀ ଏବଂ ରଚନା ମାଧ୍ୟମରେ ପ୍ରକାଶ କରି ଛାତ୍ରଛାତ୍ରୀ ମାନଙ୍କୁ ବେଶ ପ୍ରଭାବିତ କରି ପାରିଛନ୍ତି । ଏଦିଗରେ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ବିଶେଷ ସହଯୋଗ କରିଥିବା ପ୍ରକାଶ କରିଛନ୍ତି ଶ୍ରୀ ରୟ । ନିଜର ଜନ୍ମମାଟି ହେଲେବି ନୟାଗଡ଼ ଜିଲ୍ଲାରେ କୈାଣସି ସୁଯୋଗ ପାଇ ନଥିବା ଅତି ଦୁଃଖର ସହିତ ପ୍ରକାଶ କରିଥିବା ବେଳେ , ସୁଯୋଗ ପାଇଲେ ନିଶ୍ଚିତ କାର୍ଯ୍ୟ କରିବେ ବୋଲି କହିଛନ୍ତି ସୋମ ରୟ ।