ଜୋର ଧରିଲା ନୟାଗଡ଼ ରେ ମେଡିକାଲ କଲେଜ ସ୍ଥାପନା ଦାବୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଜୋର ଧରିଲା ମେଡିକାଲ କଲେଜ ସ୍ଥାପନା ଦାଵୀ । ନୟାଗଡ଼ ର ଯୁବ ନେତା ସନ୍ତୋଷ କୁମାର ପ୍ରଧାନଙ୍କ ଆବାହାକତ୍ବ ରେ ନୟାଗଡ଼ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲାର ମେଡିକାଲ କଲେଜ ଦାବି ନେଇ ଏକ ସାଧାରଣ ସଭାର ଆୟୋଜନ ହୋଇଯାଇଛି । ଦଳମତ ନିର୍ବିଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏବଂ ବିଭିନ୍ନ ସଙ୍ଗଠନର ବହୁ ସଭ୍ୟ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କ ମେଡିକାଲ କଲେଜ ଦାବି ସମ୍ପର୍କରେ ମତ ଗ୍ରହଣ କରାଯାଇଥିଲା । ଉପସ୍ଥିତ ଅତିଥି ଦାମୋଦର ସାହୁ ନୟାଗଡ଼ ମେଡିକାଲ ର ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ମେଡିକାଲ କଲେଜ ହେଲେ ଜନସାଧାରଣଙ୍କ ବହୁ ସୁବିଧା ହୋଇ ପାରିବ ବୋଲି ପ୍ରକାଶ କରିଥିବା ବେଳେ ଆଇନଜୀବୀ ତଥା କଂଗ୍ରେସ ଜିଲ୍ଲା ସଭାପତି ଦୀର୍ଘ ପଚିଶ ବର୍ଷ ରୁ ଅଧିକ ସମୟ ଧରି ନୟାଗଡ଼ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ରାଜନୈତିକ ମନୋବଳ ଅଭାବ ଲାଗି ଅନ୍ୟ ଜିଲ୍ଲା ତୁଳନାରେ ନୟାଗଡ଼ ଜିଲ୍ଲା ପଛରେ ପଡ଼ିବା ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ମନୋଜ କୁମାର ସାହୁ, ବୈଦ୍ୟ ଭୁଷଣ ମହାପାତ୍ର, ପ୍ରଦିପ କୁମାର ସାହୁ, ଶିବରାମ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମେଡିକାଲ କଲେଜ ଦାଵୀ ସମ୍ପର୍କରେ ନିଜ ନିଜର ମତାମତ ପ୍ରକାଶ କରିଥିଲେ। ନୟାଗଡ଼ ରେ ମେଡିକାଲ କଲେଜ ନହେବା ପର୍ଯ୍ୟନ୍ତ ଦାଵୀ କୁ ଅଧିକ ରୁ ଅଧିକ ତୀବ୍ର କରାଯିବ ବୋଲି ନୟାଗଡ ବିକାଶ ମଞ୍ଚ ତରଫରୁ ଆବାହକ ସନ୍ତୋଷ ପ୍ରଧାନ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *