ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀଙ୍କର ଦିନିକିଆ ତାଳଚେର ଗସ୍ତ !!!

0
162

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ କୁମାର ତ୍ରିପାଠୀ ଆଜି ଏକ ଦିନିଆ ତାଳଚେର ଗସ୍ତ ସମୟରେ ତାଳଚେର ରେଲୱେ ଷ୍ଟେସନ ଠାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଭେଟିବା ସହିତ ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ୬ଦଫା ଦାବୀ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ୧ – ତାଳଚେର ଠାରୁ ଏଫ୍. ସି. ଆଇ. ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହି ଟ୍ରେନ ଯାତାୟତ ନିମନ୍ତେ ଏକ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ । ୨ – ତାଳଚେର-ପୁରୀ ଯାତ୍ରୀ ବାହି ଟ୍ରେନ୍ କୁ କଣିହାଁ (NTPC) ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ । ୩ – ତାଳଚେର ରେଲୱେ ଷ୍ଟେସନ କୁ ଅତ୍ୟାଧୁନିକ ଷ୍ଟେସନ ଭାବେ ଗଢାଯାଉ । ୪ – ପ୍ରଦୂଷଣ କୁ ନିୟନ୍ତ୍ରଣ କରିବା ପାଇଁ କୋଇଲା ବୋଝେଇ ଟ୍ରେନ୍ ରେ ପାଲଭିଡା ଯାଇ କୋଇଲା ପରିବହନ କରାଯାଉ । ୫ – ତାଳଚେର ହାତଟୋଟା ରେଲୱେ କ୍ରସିଂ ଏବଂ ବନ୍ତୋଲ ଠାରେ ଅଣ୍ଡରପାସ / ଓଭରବ୍ରିଜ୍ କରାଯାଉ । ୬ – ବହୁ ପ୍ରତିକ୍ଷିତ ନିର୍ମାଣଧିନ ତାଳଚେର – ବିମଲାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ କୁ ଯଥାଶୀଘ୍ର ଶେଷ କରାଯାଉ ।

 

LEAVE A REPLY

Please enter your comment!
Please enter your name here