ପ୍ରଧାନ ଶିକ୍ଷୟିତ୍ରୀ ମଲ୍ଲିକା ଦେଇଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକା ଦେଇ ଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ କଳାପଥର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ନନ୍ଦ ସଭାପତିତ୍ଵ କରିଥିବା ବେଳେ ଶିକ୍ଷକ ଅରବିନ୍ଦ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ . ମୁଖ୍ୟ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରୁକ ନାୟକ ଯୋଗ ଦେଇ ରାଷ୍ଟ୍ର ଗଠନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ l ମୁଖ୍ୟ ବକ୍ତା ଭାବେ ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ଶିକ୍ଷକ ସୁନୀଲ ମିଶ୍ର ଯୋଗଦେଇ ପୂଜ୍ୟ ପୂଜା ସଂସ୍କୃତି ଓ ଶିକ୍ଷକ ଏକତା ଉପରେ ଜୋର ଦେଇଥିଲେ l ଅନ୍ଯତମ ଅତିଥି ଭାବେ ମିର୍ଜା ସର୍ଦ୍ଦାର ଅଲ୍ଲୀବେଗ ଓ ବାଙ୍କୀ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବଲରାମ ମୁଦୁଲି ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ଆର୍ତ୍ତବନ୍ଧୁ ପ୍ରଧାନ, ଧନେଶ୍ଵର ସାହୁ , ସୌରୀ ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ସୁଶାନ୍ତ ବେହେରା, ଚିତ୍ତ ରଞ୍ଜନ ମହାପାତ୍ର, ପଦ୍ମନାଭ ସାହୁ , ନିବାସ ବେହେରା , ବିପିନ ବେହେରା , ବିଜୟ ଲକ୍ଷ୍ମୀ ସାହୁ , ମୀନର୍ଭା ମଞ୍ଜରୀ ସାହୁ , ସବିତା ମହାପାତ୍ର , ରାଜ କିଶୋର ସାହୁ ଓ ଏସଏମସି ସଭାପତି ବିଜୟ କୁମାର ସାହୁ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀ ଙ୍କ କର୍ମ କୁଶଳତା ନିଷ୍ଠାପରତା ସାମାଜିକ ଜୀବନ ଶୈଳୀ ଅତି ମାନବିକ ବୋଲି କହିଥିଲେ l ଶିକ୍ଷୟିତ୍ରୀ ମୀନା ଦେବତା ମାନପତ୍ର ବିବରଣୀ ପଠନ କରିଥିବା ବେଳେ ସଞ୍ଜୁବାଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦାୟୀ ଶିକ୍ଷୟିତ୍ରୀ ଙ୍କୁ ଅତିଥି ମାନେ ମାନପତ୍ର ଉତ୍ତରୀୟ ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ l

Leave a Reply

Your email address will not be published. Required fields are marked *