ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ୬ ହଜାର ଲିଟର ପୋଚ ନଷ୍ଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଦିନ ଅବକାରୀ ବିଭାଗ ବାଣପୁର ଥାନ ଅନ୍ତର୍ଗତ ଶାଳିଆ ଡ୍ୟାମ ପ୍ରଧାନ ସାହି ଅଞ୍ଚଳରେ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅବକାରୀ ବିଭାଗ ୫ ହଜାର ୬ ଶହ ଲିଟର ପୋଚ ଏବଂ ୫୪୦ ଲିଟର ଦେଶୀ ମଦ ଉକ୍ତ ସ୍ଥାନରୁ ଜବତ କରି ନଷ୍ଟ କରିଦେଇଛି .ତେବେ ଜଙ୍ଗଲ ର ସୁଯୋଗ ନେଇ ମଦ ବେପାରୀ ମାନେ ଘଟଣା ସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ । ଉକ୍ତ ଚଢ଼ାଉ ରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ , ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ବାଲୁଗାଁ ଅବକାରୀ ଅଧିକାରିଣୀ ସୁନୀତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ । ଅନୁରୂପ ଭାବେ ବାଲୁଗାଁ ଥାନା ବଡକୂଳ ଅଞ୍ଚଳରୁ ଜଣେ ମଦ ବେପାରୀକୁ ୨୦ ଲିଟର ଦେଶୀ ମଦ ସହ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବାର ଖବର ମିଳିଛି ।

Leave a Reply

Your email address will not be published. Required fields are marked *