ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଙ୍କ ଦାୟିତ୍ୱ ଗ୍ରହଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟରେ ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସହକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ତତ ସଙ୍ଗେ ସଙ୍ଗେ କାର୍ଯ୍ୟାଳୟର ଇଂଜିନିୟର ଶୁଭଶ୍ରୀ ପ୍ରିୟଦର୍ଶନୀ, ବରିଷ୍ଠ କିରାଣୀ ପ୍ରସନ୍ନ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ବେହେରା, କନିଷ୍ଠ କିରାଣୀ ସଂଯୁକ୍ତା ପାଢ଼ୀ, ସୁଶାନ୍ତ ମହାପାତ୍ର, ମାଧବ ରଇତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପ୍ରକାଶ ଥାଉ କି ଏଠାରେ କାର୍ଯ୍ୟରତ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ କେ.ସୁଦର୍ଶନ ପଦୋନ୍ନତି ପାଇ ଭୁବନେଶ୍ୱରରେ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପାଇବା ପରେ ଏହି କାର୍ଯ୍ୟାଳୟରେ ଉଦ୍ୟାନ ଉପ ନିର୍ଦ୍ଦେଶକ ପଦବୀ ଟି ଖାଲି ପଡିଥିଲା । ଆଜି ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଦାୟିତ୍ୱ ଗ୍ରହଣ କରି ଥିବାରୁ ଚାଷୀ କୂଳରେ ଖୁସିର ଲହରୀ ଖେଳି ଯାଇଛି ଏବଂ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେଇ ଥିବାରୁ ଚାଷୀ କୂଳ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *