ବାଣପୁର – ବାଲୁଗାଁ ଅଞ୍ଚଳର ବିଭିନ୍ନ ଖାଦ୍ୟ ଦୋକାନ ଗୁଡିକ ଉପରେ ଅଚାନକ ଚଢାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର – ବାଲୁଗାଁ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ଦୋକାନୀ ମାନେ ଅପମିଶ୍ରିତ ଏବଂ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଏ ନେଇ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏହାକୁ ଗୁରୁତ୍ବ ର ସହ ନେଇଛନ୍ତି ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ । ସିଡ଼ିଏମଓଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସଂନ୍ଧ୍ୟାରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ଼ ଅଧିକାରୀ ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ବାଣପୁର – ବାଲୁଗାଁ ଅଞ୍ଚଳର ୨୫ ଗୋଟି ହୋଟେଲ, ରେସ୍ତୁରା ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ପାଖାପାଖି ୪୦ କେଜି ବାସି ଖାଦ୍ୟ, ଖାଦ୍ୟ ରଙ୍ଗ ଏବଂ ନିମ୍ନମାନର ଖାଦ୍ୟ ଆଦିକୁ ନଷ୍ଟ କରାଯାଇଥିଲା । ତତ ସହିତ ୮ ହଜାର ୫୦୦ ଟଙ୍କାର ଜରିମାନା ମଧ୍ୟ ଆଦାୟ ହୋଇଥିବାର ଜଣାପଡିଛି । ସେହିପରି ଭାବେ ସମସ୍ତ ଦୋକାନୀ ମାନଙ୍କୁ ନିଜ ନିଜ ଦୋକାନରେ ସ୍ୱଛତା ବଜାୟ ରଖିବା ସହ ଉନ୍ନତ ମାନର ଖାଦ୍ୟ ବିକ୍ରି ପାଇଁ ତାଗିଦ କରିଥିଲେ ଉକ୍ତ ଅଧିକାରୀ । ତେବେ ଉକ୍ତ ଚଢ଼ାଉ ଦେଖି ବହୁ ଖାଦ୍ୟ ଦୋକାନୀ ଦୀର୍ଘ ସମୟ ଯାଏଁ ସେମାନଙ୍କ ଦୋକାନକୁ ବନ୍ଦ ରଖିଥିବାର ଦେଖା ଯାଇଥିଲା । ତେବେ ଏହିପରି ଛଦ୍ମ ଚଢ଼ାଉ ଆଗକୁ ମଧ୍ୟ ନିୟମିତ ବ୍ୟବଧାନରେ ଜାରି ରହିବ ବୋଲି ସିଡ଼ିଏମଓ କହିଛନ୍ତି ।

Leave a Reply

Your email address will not be published. Required fields are marked *