ଇନଷ୍ଟାଗ୍ରାମ ରିଲସ ପଡ଼ିବ ମହଙ୍ଗା : ଚିଲିକା – ବାଲୁଗାଁ – ବାଣପୁର ଅଞ୍ଚଳରେ ଇନଷ୍ଟା ରେ ମତୁଆଲା କଲେଜ ଛାତ୍ର ଛାତ୍ରୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା, ବାଲୁଗାଁ, ବାଣପୁର ଅଞ୍ଚଳରେ ଦିନକୁ ଦିନ ଦେଖିବାକୁ ମିଳୁଛି କଲେଜ ଛାତ୍ର ଛାତ୍ରୀ ମାନଙ୍କର ସୋସିଆଲ୍ ମିଡିଆରେ ରିଲସ୍ ବା ସର୍ଟ ଭିଡିଓରେ ଅଭାବନୀୟ ଦୃଶ୍ୟ । ଛୋଟ ପିଲାଠାରୁ ବଡ଼ପିଲା ଯାଏଁ ଦିନ ତମାମ ପାଠସାଠରେ ମନ ନ ଦେଇ ସୋସିଆଲ ମିଡିଆରେ ଆକ୍ଟିଭ ରହୁ ଥିବାର ଦେଖିବାକୁ ମିଳୁଛି । ଯୁବପିଢ଼ି ମାନେ ଜଣେ ଜଣେ ପପୁଲାର ହେବା ପାଇଁ ବିଭିନ୍ନ ଅସ୍ତ୍ର ଶସ୍ତ୍ର ସହିତ ବନ୍ଧୁକ ଧରି ଇନଷ୍ଟାଗ୍ରାମ ରିଲସ୍ ଭିଡିଓ କରି ଜଣେ ଜଣଙ୍କୁ ଧମକ ଦେଉଥିବାର ବାରମ୍ୱାର ଦେଖିବାକୁ ମିଳୁଛି । ଏପରି ଦୃଶ୍ୟ ସବୁର ଆଗକୁ ନୂତନ ଯୁବପିଢ଼ି ମାନଙ୍କ ପାଇଁ ପ୍ରଭାବ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ବାସ୍ତବରେ ସେ ବନ୍ଧୁକ ଗୁଡିକ ସତ ନା ଖେଳନା ତାହା ଏବେ ସନ୍ଦେହ ଘେରରେ ପକେଇଛି ସ୍ଥାନୀୟ ବାସୀନ୍ଦାଙ୍କୁ । କିଛି ଜଣଙ୍କ ହାତରେ ବନ୍ଧୁକ ଧରି ସର୍ଟ୍ ଭିଡିଓ ବନେଇବାର ନଜିର ମଧ୍ୟ ରହିଛି । ଏ ଯେମିତି ବର୍ତ୍ତମାନ ରାଜ୍ୟର ରାଜଧାନୀ ରେ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରିଥିବା କେବିଏନ୍ ଗୋଷ୍ଠୀ ଏବଂ ଭାଇ କା ଭାଇ ଗୋଷ୍ଠୀ ର ରକ୍ତ ଚରିତ୍ର ରେ ଥିବା କିଛି ଅସାମାଜିକ ଯୁବଗୋଷ୍ଠୀ । ଆଗାମୀ ଦିନରେ ବାଲୁଗାଁ, ବାଣପୁର ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଭୟଭୀତ କରାଉଥିବା ଗୋଷ୍ଠୀଙ୍କୁ ସାବାଡ୍ କରି ଭଲ ରାସ୍ତାକୁ ଆଣିବା ପାଇଁ ଉଦ୍ୟମ ହେବା ଆବଶ୍ୟକ . ତେବେ ଯାଇ ସ୍ଥାନୀୟ ବାସିନ୍ଦା ବିନା ଭୟରେ ରହି ପାରିବେ ବୋଲି ସ୍ଥାନୀୟ ବୁଦ୍ଧୀଜିବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *