ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ଫରେଷ୍ଟ କଲୋନୀ ନିକଟରେ ଏକ ମେଡ଼ିସିନ ଷ୍ଟୋର ନିକଟରେ ଦେଵବ୍ରତ ମିଶ୍ର ଓ ଦିୱାନ ସାହିର ଅମରେଶ ବେହେରା ବ୍ରାଉନ ସୁଗାର ବ୍ୟବସାୟ କରୁଥିଲେ । ଏ ନେଇ ସଦର ଥାନା ପୋଲିସ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ପହଁଚି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିବା ସହ ୧ ଶହ ଗ୍ରାମ ବ୍ରାଉନ ସୁଗାର, ଏକ ପଲସର ବାଇକ ଓ ନଗଦ ଅର୍ଥ ୧ ଲକ୍ଷ ୬ ହଜାର ୨ ଶହ ୨୦ ଟଙ୍କା ଜବତ କରିଛନ୍ତି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ : ଦୁଇ ଗିରଫ !!!

