ଇପିଏଫ୍ ପେନସନ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପୋଷ୍ଟକାର୍ଡ ପ୍ରେରଣ ଅଭିଯାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର କଟକ ଜିଲ୍ଲା କମିଟି ପକ୍ଷରୁ ଖାନନଗର ସ୍ଥିତ “ମା ବିମଳା ମନ୍ଦିର” ପରିସରରେ ଜିଲ୍ଲା ସଭାପତି ରାଜକିଶୋର ସ୍ବାଇଁ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ସମ୍ପାଦକ ବୁଲେଇ ବେହେରା କାର୍ଯ୍ୟକ୍ରମର ବିବରଣୀ ପାଠ କରିବା ସହ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନହେଲେ ଆସନ୍ତା ମାସରେ ଭୁବନେଶ୍ୱର ଠାରେ ଥିବା ଇପିଏଫ୍ କାର୍ଯ୍ୟାଳୟ ସମୁଖରେ ଦୁଇ ଘଣ୍ଟିଆ ଧାରଣା ଦିଆଯିବ ବୋଲି ସୂଚନା ଦେଇଥିଲେ। ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ କଟକ ଜିଲ୍ଲା କମିଟି ପକ୍ଷରୁ ସର୍ବନିମ୍ନ ମାସିକ ପେନସନ ନଅ ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଭିତ୍ତିରେ ବର୍ଦ୍ଧିତ ପେନସନ ଦେବା ଏବଂ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ଆଦି ୩ ଦଫା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖା ସରିଥିବା ୧୨୦୦ ରୁ ଉର୍ଦ୍ଧ୍ୱ ପୋଷ୍ଟ କାର୍ଡକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପୋଷ୍ଟ ଅଫିସ୍ ମାଧ୍ୟମରେ ପ୍ରେରଣ କରିବା ପାଇଁ ନିଷ୍ପତି କରାଗଲା । କେନ୍ଦ୍ର ସରକାର ଇପିଏଫ୍ ଜମା ଉପରେ ସୁଧହାର ୮.୧ %କୁ ହ୍ରାସ କରିଥିବାରୁ ଏହି ଶ୍ରମିକ ମାରଣ ନୀତିକୁ ଘୋର ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦୃଢ଼ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ, ରଞ୍ଜନ କୁମାର ଦାସ, ଆଦିତ୍ୟ ପଟ୍ଟନାୟକ, ବନମାଳୀ ବେହେରା, ସୁକଦେବ ମହାପାତ୍ର, ସୁରେଶ କୁମାର ତରାଇ, ଶତ୍ରୁଘ୍ନ ପ୍ରଧାନ, ସୁରେଶ କୁମାର ରଥ, ଭାଗବତ ପ୍ରସାଦ ଗିରି, ଗୋବିନ୍ଦ ଚନ୍ଦ୍ର ନାୟକ, ଗନ୍ଧର୍ବ ବେହେରା, ମୁରଲୀଧର ବେହେରା, ପ୍ରଫୁଲ୍ଲ କୁମାର ପରିଡ଼ା, ଶ୍ରୀକାନ୍ତ କୁମାର ସିହ୍ନା, ନରେନ୍ଦ୍ର ପ୍ରସାଦ ଘୋଷ, ତାପସ କୁମାର ପାଲିତ ଓ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *