ଢେଙ୍କାନାଳ ପୁଲିସ ତରଫରୁ ମାସ୍କ ଚେକିଂ କଡାକଡି !!

0
174

Loading

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରରେ କରୋନା କଟକଣା ପାଇଁ ମାସ୍କ ଚେକିଙ୍ଗ କଡାକଡି ହେଉଅଛି । ଢେଙ୍କାନାଳ ଏସପି କେପି ସୁବ୍ରମନ୍ୟୁ ଏବଂ ଏସଡିପିଓ ଙ୍କ ତତ୍ୱାବଧାନ ରେ ଢେଙ୍କାନାଳ ସହରର ବାଜିଚୌକ ଠାରେ ଥିବା ଟାଉନ ଆଉଟ ପୋଷ୍ଟ ସାମ୍ନାରେ ମାସ୍କ ଚେକିଙ୍ଗ କରାଯିବା ସହିତ ଲୋକଙ୍କୁ ସଚେତନ କରାଯାଇଛି . କୋରନା ର ଦ୍ୱିତୀୟ ଲହରୀ ରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଛି ଜିଲ୍ଲା ପୁଲିସ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ସଚେତନ କରାଯାଉଥିବା ସମୟରେ ଅମାନିଆ ମାନଙ୍କୁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here