ବେଗୁନିଆ ଅଞ୍ଚଳରେ ହାତୀ ଆତଙ୍କ : ଜନସାଧାରଣ ଭୟଭୀତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ଅଞ୍ଚଳରେ ଏକ ବଣୁଆ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିବାର ସକାଳ ସମୟରେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏ ନେଇ ଜନସାଧାରଣଙ୍କ ଭୟଭୀତ ହେବା ସହ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇଥିଲେ । ଏଥିରେ ବନ ବିଭାଗ କର୍ମଚାରୀ ମାନେ ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଳମ୍ବିତ ସମୟ ହାତୀଟି ବାଘମାରି – କଣ୍ଟିଲୋ ୪୮ ନମ୍ବର ଜାତୀୟ ରାଜପଥକୁ ଅତିକ୍ରମ କରି ନ ଥିଲା ।ଫଳରେ ଉଭୟ ପାର୍ଶ୍ୱରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଶେଷରେ ହାତୀଟି ବହୁ ବିଳମ୍ବରେ ରାସ୍ତା ଅତିକ୍ରମ କରି କଟକ ଜିଲ୍ଲାର ବାଙ୍କୀ – ଡ଼ମପଡା ହାତୀ ଅଭୟାରଣ୍ୟ ଆଡ଼କୁ ପଳାଇ ଯାଇଥିଲା ।

Leave a Reply

Your email address will not be published. Required fields are marked *