ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ ବର୍ଷ ରଜ ପର୍ବ ୪ ଦିନ ଧରି ମହା ଆଡମ୍ବରରେ ପାଳନ କରାଯିବ । ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ପ୍ରତିଦିନ ସଂଧ୍ୟାରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଛଉ, ଭଜନ ପରି ବହୁ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି । ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବହୁ କଳାକାର ଯୋଗଦାନ କରି ନିଜର କଳା ପ୍ରଦର୍ଶନ କରିବେ । କେବଳ କୁନିକୁନି ପିଲାଙ୍କ ପାଇଁ ରଜ ଦୋଳିର ବ୍ୟବସ୍ଥା ହୋଇଛି । ମନ୍ଦିର ବାହାରେ ବିଭିନ୍ନ ଦୋକାନ ବଜାର ମଧ୍ୟ ବସିବ । ଶ୍ରଦ୍ଧାଳୁ ମାନେ ରଜର ମଜା ଉଠାଇ ମା’ ଙ୍କୁ ଦର୍ଶନ କରି ଶୃଙ୍ଖଳାର ସହିତ ଫେରିବାର ବ୍ୟାବସ୍ଥା ହୋଇଥିବା ବିଷୟ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ । ସେହିପରି ଭାବେ ୧୭ ତାରିଖ ବୁଡ଼ ଦିନ ଠାକୁରାଣୀ ମା’ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ ।
ବାଣପୁର ମା’ ଭଗବତୀଙ୍କ ପୀଠରେ ରଜ ମହୋତ୍ସବ : ୪ ଦିନ ବ୍ୟାପୀ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ !!!

