ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ୨ ୟ ପର୍ଯ୍ୟାୟ ଭିତ୍ତିରେ 5 ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ଗଜପତିର ୩୧ ଟି ରୁପାନ୍ତରିତ ହାଇସ୍କୁଲକୁ ଭିଡିଓ କନଫରେନ୍ସ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର କାର୍ତ୍ତିକ ଗମାଙ୍ଗ ହାଇସ୍କୁଲ୍, ମହେନ୍ଦ୍ରଗଡ, ରା.ଉଦୟଗିରି ବ୍ଲକ ଠାରେ ମହାସମୋହାରେ ଆୟୋଜିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସଭାପତିତ୍ୱରେ କରିଥିଲେ । ଏଥିରେ ମାନ୍ୟବର ସାସଂଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ସଭାପତି ଗାବାରା ତିରୁପତି ରାଓ, ମୋହନା ବିଧାୟକ ଦାସରଥି ଗମାଙ୍ଗ, ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରେଶମା ବେଗମ ମଞ୍ଚାସୀନ ଥିଲେ । ଜିଲ୍ଲାପାଳଙ୍କ ଅଭିଭାଷଣ ଦ୍ୱାରା ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ . ଜିଲ୍ଲା ପ୍ରଶାସନ ଦ୍ୱାରା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଦଶମ ଶ୍ରେଣୀ ଛାତ୍ରୀ ରେଶମା ବେଗମ ତାଙ୍କ ଅଭିବ୍ୟକ୍ତ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ 5 ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସ୍କୁଲରେ ଇ-ଲାଇବ୍ରେରୀ, ବିଜ୍ଞାନ ଲ୍ୟାବ , ଶୌଚାଳୟର ବ୍ୟବସ୍ଥା ସୁନ୍ଦର ପରିବେଶ ନିର୍ମାଣ ହେତୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର୍.ଡି.ଏ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ବ୍ଲକ ର ଅନାନ୍ୟ କର୍ମଚାରୀ ଉପସ୍ଥିତ ରହିଥିବା ସମୟରେ ସମସ୍ତଙ୍କ ସହିଯୋଗରେ ସଫଳ ରୁପାୟନ ହୋଇଥିଲା । ଏଥିରେ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।
ରାଜ୍ୟ ସରକାରଙ୍କ ନୂତନ ଶିକ୍ଷାନିତୀ ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ !!!

