କେନ୍ଦ୍ରମନ୍ତ୍ରୀ ଙ୍କ ଖୋର୍ଦ୍ଧା ପାଇକ ସ୍ମାରକୀ ଶିଳାନ୍ୟାସ ସ୍ଥଳ ପରିଦର୍ଶନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ସ୍ଥିତ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ର ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଆଇଓସିଏଲ ଅଧିକାରୀ ବିନୟ ମିଶ୍ର ,ଭାରତୀୟ ତୈଳ ନିଗମର ନିର୍ଦେଶକ ସୁଦୀପ୍ତ ରାୟ ଓ ସ୍ଥାନୀୟ ତହସିଲଦାର ଇପସିତ କୁମାର ସାହୁଙ୍କ ସମେତ ପାଇକ ସଙ୍ଗଠନର କର୍ମକର୍ତ୍ତା ମାନେ ପରିଦର୍ଶନ କରିଥିଲେ । ଗତ ୨୦୧୯ ମସିହା ଡିସେମ୍ବର ୮ ତାରିଖରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୯ ଏକର ୬୮୫ ଡ଼ିସିମିଲ ଜମିରେ ଶିଳାନ୍ୟାସ କରାଯାଇଥିଲା । ତେବେ ରାଜ୍ୟ ସରକାର ଜମି ଯୋଗାଇବା ପରେ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆଇଓସିଏଲ ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *