କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : କଟକ ପାନ୍ଥନିବାସ ସଭା ଗୃହରେ ବିଶ୍ୱର ର ଜଳବାୟୁ ପରିବର୍ତନ ଏବଂ ମାନବ ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି . ଉକ୍ତ ସଭା ଜାତୀୟ ସଂଗଠନ ମାଇଁ ଭିଜନ ଓ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ (ଭାରତ) ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା . ମାଇଁ ଭିଜନ ର ଜାତୀୟ ସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀ ଙ୍କ ଅଧ୍ୟକ୍ଷତାରେ ସଂଘଟିତ ହୋଇଥିବା ଉକ୍ତ କର୍ମଶାଳାରେ ତିବତ ସଂସଦର ଅଧକ୍ଷ ଆଚାର୍ଯ୍ୟ ୟେସି ଫୁନତୁସ୍ଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ . ସେ ଜଣେ ଦଳାଇଲାମା ଙ୍କ ଶିଷ୍ୟ ଓ ଗାନ୍ଧୀ ବିଚାର ଧାରା ର ସମର୍ଥକ . ପାଣିପାଗ ର ବିବର୍ତନ ରେ ମତରଖି କହିଥିଲେ, ଅମାର ତିନି ପିଢ଼ି ପୂର୍ବରୁ ପୃଥିବୀର ଜଳବାୟୁକୁ ଆମେ ବିଭିନ୍ନ ଉପାୟରେ ନିଜର ସ୍ୱାର୍ଥ ପାଇଁ ନଷ୍ଟ କରି ସାରିଛେ , ଆଉ ସବୁଠାରୁ ବଡ କଥା ହେଲା ସେ ଓଡିଶା ରହଣି ମଧ୍ୟରେ ସ୍ୱଚ୍ଛ ନୀଳ ଆକାଶ ଦେଖିବାକୁ ପାଇଲେନି ବୋଲି କହିଲେ . ଯାହା ଫଳରେ ଏହି ଜଳବାୟୁ ଅତ୍ୟଧିକ ଦୂଷିତ ହୋଇ ସାରିଛି, ଏବେବି ସମୟ ଅଛି ବିଭିନ୍ନ ସୁରକ୍ଷା ଉପାୟ ମାଧ୍ୟମରେ ଏହାର ପରିବର୍ତନ କରା ନଗଲେ ଭବିଷ୍ୟତରେ ବିଷମ ସମାସ୍ୟା ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ . ବୁଦ୍ଧଦେବ ଙ୍କ ତିନିଜଣ ଶିଷ୍ୟ ଓଡ଼ିଆ ଥିବା ସହିତ ଓଡିଶା ସରକାର ଓ ଜନସାଧାରଣ ତାଙ୍କୁ ବୁଦ୍ଧିଷ୍ଟ ହାସ୍ପାତାଳ ଓ ମୁକ୍ତି ସଂଗ୍ରାମ ପାଇଁ ଯେଉଁ ମହାନ ସାହାଯ୍ୟ ଓ ସହାନୁଭୂତି ଦେଇଛନ୍ତି ଦଲାଇଲାମା ଓଡିଶା ବାସୀଙ୍କ ପ୍ରତି ଚିର ଉପକୃତ ରହିଛନ୍ତି ବୋଲି କହିଲେ ମୁଖ୍ୟ ବକ୍ତା ଜାତୀୟ ମାନବାଧିକାର ସୁରକ୍ଷା ସଂଗଠନର ଅଧକ୍ଷ ଅଭିନ କୁମାର ହୋତା ମାନବାଧିକାର ଓ ଜଳବାୟୁ ର ସୁରକ୍ଷା ସମ୍ବଧୀୟ ଥିବା ଆଇନର ତର୍ଜମା କରିବା ସହିତ ବିଭିନ୍ନ ସଂଗଠନ ଓ ଜନସାଧାରଣ ଏହି ବିଷୟରେ ସଚେତନ ହେବା ସହିତ ନିଜ ଜଳବାୟୁ କୁ କିପରି ସୁରକ୍ଷିତ ରଖିବା ସେହି ବିଷୟରେ ଚିନ୍ତା କରିବା ଉଚିତ ବୋଲି କହିଥିଲେ . ଉତ୍କଳ ସ୍ମାରକ ନିଧି ର ସମ୍ପାଦକ ତଥା ଗାନ୍ଧୀବାଦି ଡକ୍ତର ବିଶ୍ୱଜିତ ରାୟ ଯୋଗଦେଇ ଗାନ୍ଧୀ ଙ୍କ ଚିନ୍ତାଧାରେ ଜଳବାୟୁରେ ସୁରକ୍ଷା ଓ ସମ୍ବେଦନତା ବିଷୟରେ କହିଥିଲେ ପ୍ରଫେସର ପ୍ରଫୁଲ ଧଳ, ହୁସେନ ରବି ଗାନ୍ଧୀ, ମିଲନ ସାହୁ, ମହେଶ ରାୟ, କିଶୋର ମହାନ୍ତି, ଉପେନ୍ଦ୍ର ବେହେରା ଓ କଟକର ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ , ଆଇନୀଜୀବୀ ତଥା ବୁଦ୍ଧିଜୀବୀ ମାନେ ଉକ୍ତ ସଭାରେ ଯୋଗ ଦେଇଥିଲେ . ମାଇଁ ଭିଜନର ଦିପାୟନ ପଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଦେଇଥିଲେ . ଉକ୍ତ କାର୍ଯ୍ୟକ୍ରମ ରେ ମାନବାଧିକାର ପାଇଁ ସଂଗ୍ରାମ କରିଥିବା ଆଇନଜୀବୀ ସଂଜୀବ ଚକ୍ରବତୀ, ତପସ୍ୱିନୀ ସିହ୍ନା, ସାମ୍ବାଦିକ ଚିତ୍ତ ରଞ୍ଜନ ମହାନ୍ତି ଓ ବିଜୟ ପଣ୍ଡା ତଥା ତିନୋଟି ସାମାଜିକ ସଂଗଠନ ସହିତ କିଛି ପରିବେଶବିତ ମାନଙ୍କୁ ସମ୍ମାନୀତ କରାଯାଇଥିଲା .