ଓଡିଶା ଡ୍ରାଇଭର ମହାସଂଘ ବ୍ଲକ ଶାଖା ପକ୍ଷରୁ ଟାଙ୍ଗୀ ରତ୍ନମାଳୀ ପୀଠରେ ପ୍ରଥମ ଅଧିବେଶନ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଶାଖା ପକ୍ଷରୁ ରତ୍ନମାଳୀ ପୀଠରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି . ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ କୁମାର ମହାରଣା , ସଂପାଦକ ସରୋଜ କୁମାର ଦାସ , ନୟାଗଡ ଜିଲ୍ଲା ସଭାପତି ଅବକାଶ ଶାଠୁଆ , ସଂପାଦକ ସନ୍ତୋଷ କୁମାର ଶାଠୁଆ , ବୋଲଗଡ ବ୍ଲକ ସଭାପତି ସୁକାନ୍ତ କୁମାର ବେହେରା , ଟାଙ୍ଗୀ ବ୍ଲକ ସଭାପତି କୌଶର ଖାଁ , ସଂପାଦକ ଜିତେନ୍ଦ୍ର କୁମାର ମହାପାତ୍ର , ଟାଙ୍ଗୀ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଅବିନାଶ ପୃଷ୍ଟି , ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ପ୍ରବକ୍ତା ସରୋଜ କୁମାର ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ . ଡ୍ରାଇଭର ସଂଘର ୧୨ ଦଫା ଦାବିକୁ ଯଥାର୍ଥ କହିଵା ସହ ଡ୍ରାଇଭର ମାନେ ସମାଜର ଆଗ ଧାଡିର ଯୋଦ୍ଧା ଭାବେ ସରକାର ମାନ୍ୟତା ଦେବାକୁ ଦାବି କରିଥିଲେ ନିମନ୍ତ୍ରିତ ଅତିଥିମାନେ . କରୋନା ମହାମାରୀ ସମୟରେ ଜନ ସାଧାରଣ ଘରେ ରହୁଥିବା ବେଳେ ଡ୍ରାଇଭର ମାନେ ଘର ଦ୍ୱାର ଠାରୁ ଦୂରରେ ରହି ଜନ ସାଧାରଣଙ୍କୁ ଆବଶ୍ୟକୀୟ ଔଷଧ ସହ ଖାଦ୍ୟ ଦ୍ରବ୍ୟ ଯୋଗାଇ ବେଶ୍ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ତେଣୁ ଡ୍ରାଇଭର ମାନେ ଆମ ସମାଜର ଅବିଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ . କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତରୁ ୩୦୦ ରୁ ଅଧିକ ଡ୍ରାଇଭର ଯୋଗ ଦେଇଥିଲେ ।।

Leave a Reply

Your email address will not be published. Required fields are marked *