ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତିଗିରିଆ ବ୍ଲକ ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତର ପଡାଗ୍ରାମ ଅମୁଣିଆସାହିରେ ଗତ 4 ତାରିଖ ରାତିରେ ଅଗ୍ନିକାଣ୍ଡ ଘଟି ବିଶ୍ୱନାଥ ରାଉତ, ଧରଣୀଧର ରାଉତ, ପ୍ରତାପ ସେନାପତିଙ୍କ ୩ ବଖରା ଚାଳଘର ସହ ଲକ୍ଷାଧିକ ଟଙ୍କାର ଆସବାପତ୍ର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଥିଲା । ଆଠଗଡ ବିକାଶ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଅଗ୍ନିବିପନ୍ନ ପରିବାରକୁ ଭେଟି ଲୁଗାପଟା, ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।
ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା !!!

