ପାରଳାଖେମୁଣ୍ଡି ରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ମଉଜ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ରଜ ମଉଜ ପାଳନ । ଆଜି ଅପରାହ୍ନରେ ସ୍ଥାନୀୟ UTec. କମ୍ପ୍ୟୁଟର ଏଜୁକେସନ ଠାରେ ରଜ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିସରରେ ଅନୁଷ୍ଠିତ ହୋଇ ସାରିଛି । ସଭ୍ୟତା ଯେତେ ପ୍ରଗତି ପଥରେବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ ବୋଲି ବକ୍ତା ମାନେ କହିଥିଲେ । ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ , ମୁଖ୍ୟ ବକ୍ତା ସସ୍ମିତା ମହାପାତ୍ର, ସମ୍ମାନୀତ ବକ୍ତା ବିନୋଦ ଚନ୍ଦ୍ର ଜେନା, ଅନ୍ୟତମ ସ୍ବତନ୍ତ୍ର ଅତିଥି ଲୋକନାଥ ମିଶ୍ର, UTec କମ୍ପ୍ୟୁଟର ର ମୁଖ୍ୟ ଯୋଗଦାନ କରିଥିଲେ । ସମ୍ପାଦିକା ତନୁଜା ଶତପଥି ବିବରଣୀ ପାଠ କରିଥିଲେ । ସଭାନେତ୍ରୀ କଳ୍ପନା ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପେଦେଷ୍ଟା ତଥା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ । ଏହି ଅବସରରେ ଓଡ଼ିଆ ତର୍କ, ଆରିସା କାକରା ପ୍ରସ୍ତୁତି, ପୁଚୀ, ହୁଳହୁଳି ପ୍ରତିଯୋଗିତା କରାଯାଇ ଆକର୍ଷଣୀୟ ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା . ଶେଷରେ ରଜ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସତ୍ୟ ପାଢ଼ୀ, ମାନସୀ ପଣ୍ଡା, ପ୍ରଫୁଲ୍ଲ ବେବର୍ତ୍ତା, ମୋହିନୀ ପ୍ରଧାନ, ସତ୍ୟ କାର୍ଜୀ ପରିଚାଳନା କରିଥିଲା ବେଳେ ସୁନୀତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *