ଦେବଗିରି ପୀଠରେ ଦେବସ୍ନାନ ନୀତି ସମ୍ପର୍ଣ୍ଣ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ବାଣିଆ ଦେବଗିରି ପୀଠରେ ଶ୍ରୀ ଜୀଉ ଙ୍କର ଦେବସ୍ନାନ ପୂର୍ଣ୍ଣିମା ନୀତି ମହା ସମାରୋହରେ ପାଳିତ ହୋଇଯାଇଛି l ବିଗ୍ରହ ମାନେ ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ ପରେ ଶ୍ରୀ ବଳଭଦ୍ର ଙ୍କୁ ୩୩, ଶ୍ରୀ ଜଗନ୍ନାଥ ଙ୍କୁ ୩୫,ସୁଭଦ୍ରା ଙ୍କୁ ୧୮ ଓ ସୁଦର୍ଶନ ଙ୍କୁ ୧୮ ଗରା ସୁବାସିତ ଜଳ ରେ ସ୍ନାନ କରାଯାଇଥିଲା l କର୍ପୁର ଅଗୁର ତୁଳସୀ ଚନ୍ଦନ ଗଙ୍ଗା ଜଳ ମିଶ୍ରିତ ମନ୍ତ୍ର ଜଳରେ ବିଗ୍ରହ ମାନଙ୍କୁ ମହା ସ୍ନାନ କରାଯାଇଥିଲା l ଘଣ୍ଟ ଘଣ୍ଟା ଖୋଲ ଗିନି ଝାଞ୍ଜ ରେ ସଙ୍କୀର୍ତ୍ତନ ସହିତ ସ୍ଥାନ ଟି ଭକ୍ତି ଭାବମୟ ହୋଇ ଯାଇଥିଲା l ଆସନ୍ତା ରଥଯାତ୍ରା , ବାହୁଡା ଯାତ୍ରା ଓ ସୁନା ବେଶ କିପରି ଶାନ୍ତି ଶୃଙ୍ଖଳାର ସହ ସଂପୂର୍ଣ୍ଣ ହେବ ଦେବଗିରି ଉନ୍ନୟନ ପରିଷଦ ର ସଭାପତି ସମାଜସେବୀ ଶରତ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଭକ୍ତ ମାନଙ୍କ ସହଯୋଗ କାମନା କରିଥିଲେ l ମନ୍ଦିର ପ୍ରତିଷ୍ଠାତା ପୂଜକ ବିପିନ ବିହାରୀ ତ୍ରିପାଠୀ , ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଭିକାରୀ ପାଣି ପୂଜା ବିଧି ଶେଷ କରିଥିଲେ l ଆୟୋଜିତ ଉତ୍ସବରେ ପରିଷଦ ର ସମ୍ପାଦକ ସଦାନନ୍ଦ ଦାଶ ଙ୍କ ସମେତ ବାଙ୍କୀ ବ୍ଲକ ସାଂସଦ ପ୍ରତିନିଧି ବିଜୟ କୁମାର ପ୍ରତିହାରୀ , ବୈଦେଶ୍ୱର ସରପଞ୍ଚ ସୁରଞ୍ଜନ ପଣ୍ଡା, ବାଙ୍କୀ ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସମ୍ପର୍କ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ରବି ନାରାୟଣ ମଙ୍ଗରାଜ, ଅଧ୍ୟାପକ ସୀତାକାନ୍ତ ପାଣିଗ୍ରାହୀ, ବିଶିଷ୍ଟ କବି କୌଶିକ ନାୟକ, କବି ଅକ୍ଷୟ ତ୍ରିପାଠୀ, ଲଲାଟେନ୍ଦୁ ପଣ୍ଡା, ଗଙ୍ଗାଧର ଓଝା, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ସାମ୍ବାଦିକ ଗଙ୍ଗାଧର ସାହୁ, ପ୍ରଶାନ୍ତ ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ, କରୁଣାକର ସିଂହ, ଶରତ ଦାସ, ହରିବନ୍ଧୁ ପଣ୍ଡା, କଳ୍ପତରୁ ପଣ୍ଡା, କୁଳମଣି ରଣା, ଜୟ ପ୍ରକାଶ ମିଶ୍ର, ବିଜୟ ବେହେରା, ଚନ୍ଦନ ସୁବୁଦ୍ଧି ଆଦି ବହୁ ବିଶିଷ୍ଟ ବ୍ୟକ୍ତି ସାରସ୍ଵତ ସାଧକ ତଥା ଭକ୍ତ ମାନେ ଉପସ୍ଥିତ ରହି ଶ୍ରୀ ଜୀଉ ଙ୍କ ସେବା କାର୍ଯ୍ୟ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *