ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତ ଅଧିନସ୍ଥ ପର୍ଯ୍ୟଟନ ସ୍ଥଳୀ ମା’ ଅସୁରକୁମାରୀ ପୀଠ ଠାରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ଶିକ୍ଷାବିତ୍ ତଥା ବରିଷ୍ଠ କବି ଗୋଦାବରୀଶ ମିଶ୍ର, ମୁଖ୍ୟବକ୍ତା ଭାବରେ ନୟାଗଡ ଜିଲ୍ଲା ସମ୍ପାଦକ ତଥା କବି ଶେଖ୍ ଅବଦୁଲ୍ ଖାଲିକ୍, ସମ୍ମାନୀତ ଅତିଥି ଭାବରେ ଗାଳ୍ପିକ ଲଳିତ ମୋହନ ମିଶ୍ର, ଶିକ୍ଷାବିତ ତଥା ପ୍ରବଚକ କବି ବିରଞ୍ଚି ନାରାୟଣ ତ୍ରିପାଠୀ , କବୟିତ୍ରୀ ଡ଼.କଳ୍ପନା ରଥ, ବଜ୍ରକୋଟ ସରପଞ୍ଚ ବନିତା ବଳିୟାରସିଂହ, ସମିତି ସଭ୍ୟ ତଥା ଆଇନୀଜୀବୀ ସୁଦର୍ଶନ ମାନସିଂହ, କୋଶଳୀ ସାହିତ୍ୟ ସଂସଦର ସଭାପତି ପ୍ରେମାନନ୍ଦ ବେହେରା ପ୍ରମୂଖ ଯୋଗ ଦେଇଥିଲେ । କବି ଗୋଦାବରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ | ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ତଥା ମନ୍ଦାକିନୀ ସାହିତ୍ୟ ସଂସଦର ସହ – ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ସଂପାଦକ ନବକିଶୋର ସାମନ୍ତରାୟ ବିବରଣୀ ପଠନ କରିଥିଲେ । କବିତା ଉତ୍ସବ ଆରମ୍ଭରୁ ସତ୍ୟନାରାୟଣ ନାୟକ ଓ ନବକିଶୋର ବାରିକ ସଂପ୍ରତିକ ସମାଜର ପରିସ୍ଥିତିକୁ ନେଇ ଦାଶକାଠିଆ ପରିବେଷଣ କରିଥିଲେ ଯାହା ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା । କବି ସମୀର କୁମାର କଳସ, କବି ପ୍ରଭାତ କୁମାର ପଣ୍ଡା ଓ କବି ମାନସ ପଟ୍ଟନାୟକ କବିତା ସଂଯୋଜନା କାର୍ଯ୍ୟ ପରିଚାଳନା କରିଥିଲେ । ସଂସଦର କୋଷାଧ୍ୟକ୍ଷ ମନୋଜ କୁମାର ଗୁମାନସିଂହ, ରମେଶ ବଳିୟାରସିଂହ, ଅଜୟ କୁମାର ପ୍ରଧାନ, ଦିଲ୍ଲୀପ ସାମନ୍ତରାୟ, ଶୁଭେନ୍ଦୁ ରାଉତରାୟ, ବିରଞ୍ଚି ନାରାୟଣ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ବରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ, ପୁରୀ ଆଦି ଜିଲ୍ଲାରୁ କବି ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ | ଏହି ସାହିତ୍ୟ ଆସରରେ ମୋଟ ୬୫ ଜଣ କବି, କବୟିତ୍ରୀ, ଶିକ୍ଷକ, ସାମ୍ବାଦିକଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା | ବରଗଡ଼ରୁ ଆସିଥିବା କବି ତଥା ଧନୁଯାତ୍ରାରେ କଂସଙ୍କ ସେନାପତି ଭାବେ ଅଭିନୟ କରୁଥିବା ବଟକୃଷ୍ଣ ସାହୁଙ୍କ କବିତା “ୱାର୍ଡ଼ ମେମ୍ବର” ଓ କବି ମାନସ ପଟ୍ଟନାୟକଙ୍କ କବିତା “ସ୍ବାଗତଂ ରଜରାଣୀ” ଉପସ୍ଥିତ ଥିବା ସମସ୍ତ କବି କବୟିତ୍ରୀଙ୍କୁ ବୋମୋହିତ କରିଥିଲା | “ୱାର୍ଡ଼ ମେମ୍ବର” କବିତାଟିରେ ବର୍ତମାନ ପରିସ୍ଥିତିର ରାଜନୀତିର ନିଚ୍ଛକ ଚିତ୍ର ପ୍ରଦାନ କରାଯାଇଛି | କବି ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |
ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା !!!

