ବାଲୁଗାଁ ବାଇପାସ୍ ୧୬ ନଂ ଜାତୀୟ ରାଜପଥରେ ପୋଲିସ୍ ଭ୍ୟାନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ୍ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଗତକାଲି ପୋଲିସ୍ ଭ୍ୟାନ୍ ଧକ୍କାରେ ୬୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲି ଅଞ୍ଚଳର ପି କୃଷ୍ନଚନ୍ଦ୍ର ପାତ୍ର ଗୋଲା ସମ୍ପ୍ରଦାୟର ହେଇଥିବାରୁ ପ୍ରତିଦିନ ଛେଳି ଚରେଇବାକୁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ମାତ୍ର ଆଜି ବାଲୁଗାଁ ସୀମା ଅଞ୍ଚଳକୁ ଛେଳି ଚରାଇବାକୁ ଆସିଥିବା ବେଳେ ଦିନ ୧୨ ଟାରେ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପୋଲିସ୍ ଭ୍ୟାନ୍ (ଓଡି ୦୫ଏପି ୨୭୪୨) ରାସ୍ତାରେ ପାର ହେଉଥିବା ସମୟରେ ବୃଦ୍ଧ କୃଷ୍ଣ ପାତ୍ରଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ନାଭାଲ୍ ଫାଣ୍ଡି ପୋଲିସ୍ ପହଞ୍ଚି ଗୁରୁତର ଅବସ୍ଥାରେ କୃଷ୍ଣ ପାତ୍ରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ଗୁରୁତର ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ବାଲୁଗାଁ ପୋଲିସ୍ ଶବ ଜବତ କରି ୧୧୬ / ୨୦୨୨ ରେ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *