ପଟ୍ଟଚିତ୍ର ଶିଳ୍ପୀ ତରୁଲତା ସାହୁଙ୍କ ସହିତ ୫ ଜଣ ଅରପୁର ରଜ ମହୋତ୍ସବରେ ସଂବର୍ଦ୍ଧିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଅଷ୍ଟମ ବାର୍ଷିକ ଅରପୁର ପଲ୍ଲୀ ରଜ ମହୋତ୍ସବର ତୃତୀୟ ଦିବସରେ ଝିଅ ଓ ବୋହୁମାନଙ୍କ ମଧ୍ୟରେ ରଜ ସଂପର୍କୀତ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ବାଙ୍କୀ ଡମପଡା ବ୍ଲକର ଅଧ୍ୟକ୍ଷ ପ୍ରଣବ କୁମାର ପଟେଲ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ରଜ ମହୋତ୍ସବର ସଂପାଦକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ଯୁବ ସମାଜ ସେବୀ ପ୍ରଦିପ କୁମାର ଜେନା ,ପ୍ରକାଶ କୁମାର ପ୍ରଧାନ ଓ ଦୁଲଣାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସବିତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଝିଅ ଓ ବୋହୁ ମାନଙ୍କ ମଧ୍ୟରେ ଅରପୁର ପଲ୍ଲୀ ଉତ୍ସବର ବିଭିନ୍ନ ଦିବସ ର ଜନକଲ୍ୟାଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଭାଗନେବା ଏବଂ ଦେଖିବା ପାଇଁ ବହୁତ ଆଗ୍ରହ ପରିଲକ୍ଷିତ ହେଉଛି । ବିଭିନ୍ନ ପ୍ରତିଯୋଗିତା ଯଥା ପୋଡ ପିଠାରେ – ଶୋଭାରାଣି ନାୟକ, ପାନଭଙ୍ଗା ଓ ମିଉଜିକ୍ ଚେୟାର ରେ ଅନିତା ସ୍ବାଇଁ, ପୁଚିରେ ଅଙ୍କିତା ପ୍ରଧାନ, ଝୋଟିରେ ପ୍ରଭାତି ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବାଙ୍କୀ କେନ୍ଦୁପଲୀର ବିଶିଷ୍ଟ ନାରୀ ପଟ୍ଟଚିତ୍ର ଶିଳ୍ପୀ ତରୁଲତା ସାହୁ, ସାହସିକତା ପାଇଁ ସାନ ମୁଣ୍ତଳିର ମାନସ କୁମାର ବେହେରା, ପୁରୀର ବିଶିଷ୍ଟ ସୁଲେଖିକା ବିଶ୍ବଜୀତା ବରାଳ , ଅରପୁର ଗ୍ରାମର ପାଲାଗାୟକ ଶାରଦା ପ୍ରସନ୍ନ ନାୟକ ଏବଂ ରଜ ପରୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଉକ୍ତ ଉତ୍ସବରେ ସଂମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଗଦାଧର ନାୟକ , ପିତବାସ ସାହୁ , ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର , ସାମ୍ବାଦିକ ପ୍ରତାପ ନାୟକ , ଅକ୍ଷୟ ସାମଲ , ମାନସ କୁମାର ମଲ୍ଲିକ, ଗଗନ ବେହେରା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ରଜ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *