ମାନସିକ ଭାରସାମ୍ୟ ହରାଇ ଶିକ୍ଷକଙ୍କ ଆତ୍ମହତ୍ୟା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଦର ମହକୁମାର ବେଗୁନିଆ ଥାନା ନିକଟରେ ଏକ ଭଡା ଘରେ ରହୁଥିବା ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର . ବାଣପୁର ବ୍ଲକର ବାଲେଡି ଗ୍ରାମର ସ୍ୱର୍ଗତ ସୁବାସ ଚନ୍ଦ୍ର ସେଠୀଙ୍କ ପୁଅ ଅମରେଶ ଟାଙ୍ଗୀ ବ୍ଲକର ନର ମାନବୀ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରି ଆସୁଥିଲେ ।ତେବେ ଅମରେଶ କୌଣସି କାରଣକୁ ନେଇ ଚାକିରୀ ରୁ ନିଲମ୍ବିତ ହୋଇଥିଲେ । ଏଥିରେ ବହୁତ ଭାବରେ ମାନସିକ ଆଘାତ ପାଇ ଗତକାଲି ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ପହଁଚି ଶବ ଓ ସୁଇସାଇଡ଼ ନୋଟକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ସୁଇସାଇଡ଼ ନୋଟରେ ମାମା ଓ ମାଉସୀ ତୁମ ଉପକାର ଋଣ କେବେ ଶୁଝି ପାରିଲି ନାହିଁ , ମୁଁ ତୁମ ଗୋଡ଼ ଧରି କ୍ଷମା ମାଗୁଛି । ଅନେକ ପ୍ରଶ୍ନର ଉତ୍ତର ଦେଇ ପାରିବିନି ମୁଁ ଯାଉଛି . ମୁନୁ ,ମାମାକୁ ଭଲରେ ରଖିବୁ ସେ ଭାରି ସ୍ୱାଭିମାନି , ତାକୁ ତୋ ପାଖରୁ ଦୁରେଇବୁନି ବୋଲି ସାନ ଭାଇ ପାଇଁ ଶେଷ କେଇପଦ ବାର୍ତ୍ତା ଲେଖି ନୀରବରେ ଶୋଇ ଯାଇଛନ୍ତି ଶିକ୍ଷକ ଅମରେଶ ।

Leave a Reply

Your email address will not be published. Required fields are marked *