କଥା ଦେଇ କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଶିକ୍ଷକତା ଛାଡି ସମାଜସେବା ପାଇଁ ରାଜନୀତି ରେ ପାଦ ଥାପିଥିବା ନବ ନିର୍ବାଚିତ ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି . ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି l ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଞ୍ଚାୟତ ପାତ୍ରସାହିରେ ପାନୀୟ ଜଳର ଅସୁବିଧା ରହିଥିଲା . ଲୋକେ ପାଣି ମୁନ୍ଦାକ ପାଇଁ ହୀନସ୍ତା ଭୋଗୁଥିଲେ , ସେହିପରି ବିଲାବାଡ଼ି ମୁଣ୍ଡାସାହି ବାସିନ୍ଦା ଚୁଆପାଣି ଉପରେ ନିର୍ଭରଶୀଳ ଥିଲେ . ଉକ୍ତ ଦୁଇଟି ସ୍ଥାନରେ ଦୁଇଟି ସୋଲାର ଚାଳିତ ପାନୀୟ ଜଳ ଟ୍ୟାଙ୍କ ଗ୍ରାମ ପଂଚାୟତ ତରଫରୁ ବସାଇ ଲୋକଙ୍କ ଜଳ କଷ୍ଟ ଦୂର କରିଛନ୍ତି l କମ ଦିନ ମଧ୍ୟରେ ଲୋକଙ୍କ ସମସ୍ୟା ଦୂର କରିଥିବାରୁ ଅଂଚଳ ବାସୀ ଖୁସି ପ୍ରକଟ କରିଛନ୍ତି l ଏନେଇ ସରପଞ୍ଚ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ପଂଚାୟତ ବାସୀ ମୋତେ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି , ଜନସେବା ମୋର କର୍ତ୍ତବ୍ୟ l ଅଞ୍ଚଳବାସୀ କର୍ମଠ କର୍ତ୍ତବ୍ୟନିଷ୍ଠ ହେବା ପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି ଆଗାମୀ ଦିନରେ ବଣ୍ଡଗୁଡା ଗ୍ରାମ ପଂଚାୟତ କୁ ସର୍ବଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ମୋର ଲକ୍ଷ୍ୟ ଓ ଉଦ୍ଦେଶ୍ୟ l ଶିକ୍ଷକତା ରୁ ନେତା ହୋଇ ଲୋକଙ୍କ ନେତା ଓ ସେବକ ଭାବେ ଲୋକଙ୍କ ସେବା ପାଇଁ ଦିନ ରାତି ଏକ କରୁଥିବା ରୁ ସଞ୍ଜୟ ଙ୍କୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି l

Leave a Reply

Your email address will not be published. Required fields are marked *