ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମୁଦାଲାଙ୍କୁ ସାଙ୍ଗରେ ଧରି ପାର୍କ ବୁଲୁଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ , ସେପଟେ ପୁଲିସ କହୁଛି ଅଭିଯୁକ୍ତଙ୍କୁ ଖୋଜିକି ପାଉନୁ l ସଂଗୀନ ଅପରାଧିକ ଦଫାର ମୁଦାଲା ମାନଙ୍କୁ ଧରି ନୟାଗଡ ବିଧାୟକ ଅରୁଣ ସାହୁ ବଲାଙ୍ଗୀ ପାର୍କ ବୁଲିବା ଏବଂ ହତ୍ୟା ଉଦ୍ୟମ ଆସାମୀ ଙ୍କୁ ସୁରକ୍ଷା ଦେବା ଯୋଗୁଁ ନୟାଗଡରେ ଆଇନଶୃଙ୍ଖଳା ପରିସ୍ଥିତି ଆଧୋଗତି ମୁହାଁ ହେଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ନୟାଗଡ ଏସପି ଶ୍ରୀ ଅଲେଖ ପହୀଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି . ରାଜନୈତିକ ଚାପରେ ପୁଲିସର କାର୍ଯ୍ୟଶୈଳୀ ମାନ୍ଦା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦୁଃଶାସନ ନାୟକଙ୍କ ଭଳି ସାଧାରଣ ଜନତା କେମିତି ନ୍ୟାୟ ପାଇ ପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି l ଇଟାମାଟି ଥାନାର ଶରଧାପୁର ଗ୍ରାମର ଦୁଃଶାସନ ନାୟକ ୬୦ ବର୍ଷ ବୟସ୍କ ବୃଦ୍ଧ ଏବଂ ତାଙ୍କର ପୁତ୍ରଙ୍କୁ ଗତ ଏପ୍ରିଲ ୮ ତାରିଖରେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ରେ ଇଟାମାଟି ଥାନା କେଶ ନମ୍ବର ୭୭ / ୨୦୨୨ ମତ୍ତେ ଭାରତୀୟ ଦଣ୍ଡବିଧି ଆଇନର ଦଫା 147, 148, 294, 323, 326, 307, 506, 149 ଏବଂ 25, 27 ଆରମ୍ସ ଆକ୍ଟ, 3 , 4 ବିସ୍ଫୋରକ ପଦାର୍ଥ ଆଇନ ରେ ୧୧ ମୁଦାଲାଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିଲେ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ଚାପରେ ଇଟାମାଟି ଥାନା ଅଧିକାରୀ ଜଣେ ମୁଦାଲାଙ୍କୁ ଗିରଫ କରିବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି l ମୁଦାଲା ମାନେ ଖୁଲମଖୁଲା ବିଧାୟକ ଅରୁଣ ସାହୁଙ୍କ ସହ ବଲାଙ୍ଗୀ ପାର୍କ ବୁଲୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମ ରେ ଉପଲବ୍ଧ ହେଉଛି . କିନ୍ତୁ ପୁଲିସ କହୁଛି ଆମେ ଖୋଜିକି ପାଉନୁ l ଯଦି ଆଇନ ର ରକ୍ଷକ ସ୍ଥାନୀୟ ବିଧାୟକଙ୍କ ଚାପରେ ଅପରାଧୀ ମାନଙ୍କୁ ଗିରଫ କରିବ ନାହିଁ , ତେବେ ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କିଏ ଦାୟୀ ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଛନ୍ତି l ଉପରୋକ୍ତ ମୁଦାଲା ମାନଙ୍କୁ ଯଦି ସାତ ଦିନ ମଧ୍ୟରେ ଗିରଫ କରାନଯାଏ ତେବେ ଇଟାମାଟି ଥାନା ସମୁଖରେ ଧାରଣା ଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରେସ ବାର୍ତ୍ତା ରେ କୁହାଯାଇଛି l
ମୁଦାଲାଙ୍କୁ ସାଙ୍ଗରେ ଧରି ପାର୍କ ବୁଲୁଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ : ପୁଲିସ କହୁଛି ଅଭିଯୁକ୍ତଙ୍କୁ ଖୋଜିକି ପାଉନୁ !!!

