ନୟାଗଡ (ଆୱାଜ ମିଡ଼ିଆ) – ସଞ୍ଜୀବ କୁମାର ଡାକୁଆ : ମହୀପୁର ବନାଞ୍ଚଳ କାଠବାରି ଗ୍ରାମରେ ବାରହା ମାଂସ ଜବତ . ନୟାଗଡ ଜିଲ୍ଲା ମହୀପୁର ବନାଞ୍ଚଳ ଅଧୀନରେ ଅଧୀନରେ ଥିବା ମହୀତମା ସେକସନ ଜିଜିନିପଡ଼ା ବିଟ ଅଧିନସ୍ଥ କାଠବାରି ଗ୍ରାମରେ ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଚଢ଼ାଉ କରି ବାରହା ମାଂସ ଜବତ କରିଛନ୍ତି . କାଠବାରି ଗ୍ରାମରେ ବାରହା ଶୀକାର କରି ମାଂସ କଟାଯାଉଥିବା ସମ୍ପର୍କରେ ସୂଚନା ପାଇ ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ସାଙ୍ଗରେ ମହୀତମା ଫରେଷ୍ଟର ରାକେଶ ସାହୁ , ଜିଜିନିପଡ଼ା ବିଟ ଫରେଷ୍ଟଗାର୍ଡ଼ ସୁଧାକର ସାହୁ , କୋରଡ଼ା ଫରେଷ୍ଟଗାର୍ଡ଼ ବିନାୟକ ଜେନା , କୃଷ୍ଣପ୍ରସାଦ ବିଟ ଫରେଷ୍ଟଗାର୍ଡ଼ ଶ୍ରୀକାନ୍ତ ନାୟକଙ୍କୁ ନେଇ ଚଢ଼ାଉ କରିଥିଲେ . ବନବିଭାଗ କର୍ମଚାରୀ ଚଢ଼ାଉ କରିବା ବେଳେ ଘଟଣାସ୍ଥଳରୁ କାଠବାରି ଗ୍ରାମର ନିତ୍ୟାନନ୍ଦ ପ୍ରଧାନ ମାଂସ ଛାଡି ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲେ . ବାରହା ମାଂସ ଜବତ କରି କାଠବାରି ଗ୍ରାମର ନିତ୍ୟାନନ୍ଦ ପ୍ରଧାନଙ୍କ ନାମରେ କେଶ ରୁଜୁ ହୋଇଥିବାର ସୂଚନା ଦେଇଛନ୍ତି ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା .