ବାଲୁଗାଁ ସୁବୁଦ୍ଧିପାଟଣା ଛକ ନିକଟରେ ହାଇୱେ ପେଟ୍ରୋଲିଙ୍ଗ ଭ୍ୟାନ ଦୁର୍ଘଟଣାଗସ୍ତ : ୨ ଗୁରୁତର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ 0D 05 BE 3731 ହାଇୱେ ପେଟ୍ରୋଲିଙ୍ଗ ଭ୍ୟାନ ଦୁର୍ଘଟଣାଗସ୍ତ ହୋଇଛି . ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ମୁତାବକ ଅପରାହ୍ନ ସମୟରେ ସୁବୁଦ୍ଧିପାଟଣା ଛକ ନିକଟରେ ପାଟ୍ରୋଲିଙ୍ଗ ଭ୍ୟାନ୍ କୌଣସି କାରଣବଶତଃ ରାସ୍ତାର ବିପରୀତ ଦିଗକୁ ଖସି ପଡ଼ିଥିଲା । ଯାହା ଫଳରେ ଗାଡିଟିର ଆଗ ପଟ ସମ୍ପୂର୍ଣ ଭାବେ ଭାଙ୍ଗି ପଡ଼ିଛି । ସଙ୍ଗେ ସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଖବର ପାଇ ଦୁଇଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ଗୁରୁତର ଦୁଇଜଣ ହେଲେ ବିଶ୍ବ ରଞ୍ଜନ ନାୟକ ଏବଂ ଭାଗିରଥି ସେଠୀ ।

Leave a Reply

Your email address will not be published. Required fields are marked *