ଆନ୍ତର୍ଜାତୀୟ ଯୋଗ ଦିବସରେ ଚିଲିକା ଜଳରେ ଯୋଗ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଶ୍ଵ ଯୋଗ ଦିବସ ଅବସରରେ ମଙ୍ଗଳବାର ଦିନ ସକାଳେ ସାମ୍ବାଦିକ ସୁଧୀର କୁମାର ପଣ୍ଡା ବଡ଼କୁଳ ପାନ୍ଥନିବାସ ନିକଟରେ ଚିଲିକା ହ୍ରଦରେ ବହୁ ସମୟ ଧରି ଜଳ ଯୋଗାସନ କରିବା ସହ ଜନସାଧାରଣଙ୍କୁ ଯୋଗ ଶିକ୍ଷା କରିବା ପାଇଁ ବାର୍ତ୍ତା ଦେଇଥିଲେ । ଦୀର୍ଘ ସମୟ ଧରି ଜଳରେ ଭାସମାନ ଅବସ୍ଥାରେ ଥିଲେ ଯାହା ସ୍ଥାନୀୟ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହ ବହୁ ପ୍ରଶଂସା କରିଥିଲେ। ବିଭିନ୍ନ ବନ୍ୟା ବାତ୍ୟାରେ ଓ ଡଙ୍ଗା ବୁଡିରେ ଅକାଳମୃତ୍ୟୁ ହେଉଛି । ଏଥିରୁ ବର୍ତ୍ତିବା ପାଇଁ ଜଳଯୋଗ ନିହାତି ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସରକାରଙ୍କୁ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏହି ଜଳ ଯୋଗାସନ ଶିକ୍ଷା ଦେବାପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *