ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର ଶୁଭ ଉଦଘାଟନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ବର୍ହିଃ ଚିକିତ୍ସା କେନ୍ଦ୍ର ଗୃହ ଏବଂ ବଅଁରପାଳ ସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ଡିଗ୍ରୀ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଓ ଵିଜ୍ଞାନଗାରର ଶୁଭ ଉଦଘାଟନ ହୋଇଯାଇଛି . ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ୨୭ ନଂ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଗୋତମରା, ସରପଞ୍ଚ ବନ୍ଦା, ସରପଞ୍ଚ ବଅଁରପାଳ, ସରପଞ୍ଚ ଗଡ଼ସନ୍ତ୍ରୀ ଓ ସମିତି ସଭ୍ୟ ଗୋତମରା ଓ ସମିତି ସଭ୍ୟ ବଅଁରପାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *