ନୟାଗଡ଼ ଜିଲ୍ଲା ପୁଲିସ ରେ ଅଦଳବଦଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନାର ଆଇଆଇସି ସ୍ତରରେ ବଦଳି ହୋଇଥିବା ସୂଚନା ମିଳିଛି । ବିଗତ ଦିନରେ କିଛି ଏସ.ଆଇ ଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ଥାନାର ଆଇଆଇସି ଙ୍କୁ ବଦଳି କରାଯାଇଛି । ସୂଚନାନୁସାରେ ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତା ଙ୍କୁ ଖଣ୍ଡପଡ଼ା ଥାନାକୁ ବଦଳି କରାଯାଇଥିବା ବେଳେ ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟ ଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିପରି ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରା ଙ୍କୁ ଚାନ୍ଦପୁର ଥାନା କୁ ବଦଳି କରାଯାଇଥିବା ବେଳେ ଆଇଆଇସି ସଞ୍ଜୟ କୁମାର ମଲ୍ଲିକ ଙ୍କୁ ବାଣିଗୋଛା ଥାନା, ଏବଂ ନୂତନ ଭାବେ ଜିଲ୍ଲା ପୋଲିସକୁ ଆସିଥିବା ପୁଷ୍ପଲତା ବେହେରା ଙ୍କୁ ନୂଆଗାଁ ଥାନା ଦାୟିତ୍ଵ ଦିଆଯାଇଛି . ନୂଆଗାଁ ଥାନା ଆଇଆଇସି ବସନ୍ତ କୁମାର ସାହୁ ଙ୍କୁ ଦଶପଲ୍ଲା ଥାନା ଦାୟିତ୍ଵ ଦିଆଯାଇଥିବା ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *