ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ବ୍ଲକ ସ୍ଥିତ ଗୋଳାଗଣ୍ଡ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଭାରେ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ସେନାପତି ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଭିଏଲଡବ୍ଲୁ ଅସିତ ମିଶ୍ର, ପଞ୍ଚାୟତର ସମିତି ସଭ୍ୟା ଲିଜା ରାଉତ, ଏମବିକେ ଶ୍ରୀମତୀ ପଣ୍ଡା, ମନମୋହନ ବିଦ୍ୟାପୀଠ ଅନ୍ଧାରୁଆ ର ପୂର୍ବତନ ଶିକ୍ଷକ ଟଙ୍କଧର କର ପ୍ରମୁଖ ଯୋଗ ଦେଇଥିଲେ ! ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ କୁ ଜନସାଧାରଣ ଙ୍କୁ ବ୍ଲକ ପିଓ ଅବଗତ କରାଇଥିଲେ ! କାଳିଆ ଯୋଜନା ଠାରୁ ଆରମ୍ଭ କରି ପରିବେଶ , ଶୁଦ୍ଧ ପାନୀୟ ଜଳ , ଏସଏଚଜି ମହିଳା ମାନଙ୍କୁ କିପରି ସୁଦୃଢ କରାଯାଇ ପାରିବ ସେ ଦିଗରେ ସମିତି ସଭ୍ୟା ଆଲୋକପାତ କରାଇଥିଲେ ! ଶେଷରେ 273 ଜଣ ଭୂମି ହୀନ କାଳିଆ ଯୋଜନା ରେ ଆସିଥିବା ତାଲିକାକୁ ସାର୍ବଜନୀନ କରିଥିଲେ ସରପଞ୍ଚ !
ଗୋଳାଗଣ୍ଡ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ !!!

