ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ଠାରେ ଥିବା କନଫେରନ୍ସ ହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ , ପାରଳା ପୌର ପରିଷଦ ପକ୍ଷରୁ ଲୋକାଭିମୂଖୀ ଜନ ଶୁଣାଣୀ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଲୋକଙ୍କ ସମସ୍ୟା ସମାଧାନ କରିବା ସହ ସରକାରଙ୍କ ଲୋକାଭିମୂଖୀ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇ ନିକଟତର ହେବା ପାଇଁ ଏହି ଭଳି ପ୍ରୟାସ କରାଯାଇଛି । ଜନସାଧାରଣ ଙ୍କ ସକାଶେ ହେଲ୍ପ ଲାଇନ ନମ୍ବର 7735834480 ରଖାଯାଇଛି । ଏହି ଫୋନ ନମ୍ବରରେ କଲ କରି 10 ଟା ରୁ 2 ପର୍ଯ୍ୟନ୍ତ ପଞ୍ଜିକୃତ ହେବା ସହିତ ତୁରନ୍ତ ସମାଧାନ କରାଯିବ ବୋଲି କୁହାଯାଇଛି । ଜନ ଶୁଣାଣୀ ମାସର ପ୍ରଥମ ମଙ୍ଗଳବାର ହେବ ଯଦି ଛୁଟି ପଡେ ତାହା ହେଲେ ପରବର୍ତ୍ତୀ ଦିନ କରାଯିବ । ଏହି ଭଳି ପୌର ପରିଷଦର ପ୍ରୟାସକୁ ପାରଳାବାସୀ ପ୍ରଶଂସା କରିଛନ୍ତି ।
ପାରଳା ପୌର ପରିଷଦ ପକ୍ଷରୁ ହେଲ୍ପ ଲାଇନ ଓ ଜନ ଶୁଣାଣୀ ପାଇଁ ସାମ୍ବାଦିକ ସମ୍ମିଳନୀ !!!

