ନୟାଗଡ଼ ଶ୍ରୀ ରଘୁନାଥ ମନ୍ଦିର ରୁ ବିଗ୍ରହ ଚୋରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଶ୍ରୀ ରଘୁନାଥ ମନ୍ଦିର ରୁ ବିଗ୍ରହ ଚୋରୀ । ନୟାଗଡ଼ ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଶ୍ରୀ ରଘୁନାଥ ଙ୍କ ମନ୍ଦିର ଭିତରୁ ବହୁ ପୁରାତନ ପିତ୍ତଳ ନିର୍ମିତ ରାଧା ମୁର୍ତ୍ତି ଚୋରି ଯାଇଥିବା ମନ୍ଦିର ସୁପରଭାଇଜର ସନ୍ତୋଷ କୁମାର ପ୍ରସାଦ ଟାଉନଥାନା ରେ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ଅନୁଯାୟୀ ମନ୍ଦିର ସୁପରଭାଇଜର ଗତ ୨୩ ତାରିଖରେ ୧୦ ଘଣ୍ଟା ସମୟରେ ମନ୍ଦିର ରୁ ରାଧା ମୂର୍ତ୍ତି ଚୋରି ହୋଇଥିବା ସମ୍ପର୍କରେ ୨୪ ତାରିଖ ରେ ସାଧାରଣ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ । ଏହି ଚୋରି ଘଟଣାରେ ମନ୍ଦିର ସୂଆର ଏବଂ ଟହଲିଆ ଙ୍କ ହାତ ଥିବା ସନ୍ଦେହ କରି ଏହି ଦୁଇଜଣ ଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ସୁପରଭାଇଜର । ଅନ୍ୟପକ୍ଷରେ ଚୋରୀ ସମ୍ପର୍କରେ ସୂଆର ଏବଂ ଟହଲିଆ ମନ୍ଦିର ନିକଟସ୍ଥ ଜଣେ ବ୍ୟକ୍ତି ମନ୍ଦିର କୁ ଦର୍ଶନ କରିବାକୁ ଆସି ମୂର୍ତ୍ତି କୁ ନେଇ ଦୈାଡି ପଳାଇଥିବା ସର୍ବସାଧାରଣ ଙ୍କ ଆଗରେ ପ୍ରକାଶ କରୁଛନ୍ତି । ଥାନା ରେ ଅଭିଯୋଗ ପରେ ମୂର୍ତ୍ତି ଚୋରି ଘଟଣାକୁ ଗୁରୁତର ସହ ନେଇ ଟାଉନ ଥାନା ଆଇଆଇସି ପ୍ରଜ୍ଞା ପାରମିତାଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଧର୍ମେନ୍ଦ୍ର ଶିଆଳ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *