ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଲୋକଙ୍କ ମନରେ ଭାବନା ରହିଥାଏ ଯେ କୌଣସି ଦେଵତା ଅବା ଦେବୀଙ୍କ ପାଖରେ ମନସ୍କାମନା ପୂରଣ ପାଇଁ ମାନସିକ କରି ବଳି ଦେଲେ ମାନସିକ ପୂରଣ ହୋଇଥାଏ । ବ୍ୟକ୍ତି ଜଣଙ୍କର ମନସ୍କାମନା ପୂରଣ ହେଲେ ଏହି ବଳି ପ୍ରଥା କାହିଁ କେଉଁ କାଳରୁ ଚାଲୁ ରହିଛି । କିନ୍ତୁ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲେ ମଧ୍ୟ ତାହା ପ୍ରଶାସନର ଅଜ୍ଞାତ ସାରରେ ଆଜି ବି ମଧ୍ୟ ଚାଲୁଅଛି । ଅନ୍ଧବିଶ୍ଵାସରେ ବିଶ୍ୱାସ ରଖି ରକ୍ତ ରଞ୍ଜିତ ହେଊଛିନ ଦେବଦେବୀ ପୀଠ . ଏହି ବଳିପ୍ରଥାଟି ମହାବିଷୁବ ପଣା ସଂକ୍ରାନ୍ତି ଦିନ ବହୁ ଜାଗାରେ ନିରୀହ ପଶୁପକ୍ଷୀ ମାନଙ୍କୁ ଆଣି ଶୁଦ୍ଧପୁତ ଭାବରେ ସ୍ନାନ କରି ବେକରେ ଫୁଲ ମାଳ ପକାଇ ମଥାରେ ସିନ୍ଦୁର ଲଗାଇ ମନ୍ଦିର ଆଗରେ ଥିବା ବଳି ଖୁଣ୍ଟିରେ ବାନ୍ଧି ଦିଆଯାଇଥାଏ । ପରେ ନୂତନ ବସ୍ତ୍ର ପରିଧାନ କରି ପୂଜକ ଜଣକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ପଶୁର ବେକକୁ ଚୋଟ ମାରିଥାଏ । ଏଠାରେ ଉପସ୍ଥିତ ଶ୍ରଦ୍ଧାଳୁ ହରିବୋଲ, ହୁଳହୁଳି ଓ ଘଣ୍ଟ ଧ୍ଵନିରେ ସ୍ଥାନଟି ପ୍ରକମ୍ପିତ ହୋଇଥାଏ । ଏହି ପଶୁଟିର ବେକରେ ଚୋଟ ଉପରେ ଚୋଟ ମାରିବା ପରେ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥାଏ । ପରେ ସେମାନେ ପଶୁଟିକୁ ଦେଵତା ହୁଅନ୍ତୁ ଅବା ଦେବୀଙ୍କ ନିକଟରେ ସମର୍ପଣ କରି ନିଜ ଭିତରେ ବାଣ୍ଟିଦେଇଥାନ୍ତି । ଏହି ବଳିପ୍ରଥା କାହିଁ କେଉଁ କାଳରୁ ଚଳି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଯେତେ ସଚେତନତା ସୃଷ୍ଟି କରିଥିଲେ ମଧ୍ୟ ତାହା ଆଜି ବି ସମସ୍ତଙ୍କ ପାଖରେ କେମିତି ପହଁଚି ଥିବ ଏଥିରୁ ସ୍ପଷ୍ଟ ଅନୁମେୟ ହୋଇପାରୁଥିବ ।