ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସରକାରୀ ନିଉ ଟାଉନ ପ୍ରାଥମିକ ବିଦ୍ୟାଳୟ ର ସ୍ଥିତି ପରଖିଲେ ମ୍ୟୁନିସିପାଲଟି ଅଧ୍ୟକ୍ଷା ଏବଂ କାଉନସିଲର । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଉଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ବିଦ୍ୟାଳୟ କୁ ଦେଖିଲେ ମନେହୁଏ ଯେପରି ଏହା ଏକ ସରୀସୃପଙ୍କ ଆଡାସ୍ଥଳି । ବିଦ୍ୟାଳୟରେ ପିଇବା ପାଣି ର ସଠିକ ବ୍ୟବସ୍ଥା ନଥିବା ବେଳେ ଆଜବେଷ୍ଟସ ଫାଟି ପାଣି ଗଳୁଛି । ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟ ରେ ୪୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ତିନି ଜଣ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ସ୍ଥାନୀୟ କାଉନସିଲରଙ୍କ ଠାରୁ ସ୍କୁଲ ର ଅବ୍ୟବସ୍ଥା ସମ୍ପର୍କରେ ଜାଣିବା ପରେ ନୟାଗଡ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସ୍କୁଲ ର ସ୍ଥିତି ଅନୁଧ୍ୟାନ କରିବା ସହିତ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ପ୍ରାଥମିକ ବିଦ୍ୟାଳୟର ସ୍ଥିତି ପରଖିଲେ ମ୍ୟୁନିସିପାଲଟି ଅଧ୍ୟକ୍ଷା ଏବଂ କାଉନସିଲର !!!

