ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଆଜି ସକାଳେ ବଜରଙ୍ଗ ଦଳ ବାଣପୁର – ବାଲୁଗାଁ ଉପଖଣ୍ଡ ତରଫରୁ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲୁଗାଁ ବଜାରସ୍ଥିତ ହନୁମାନ ମନ୍ଦିର ପରିସରରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଶତାଧିକ ସଦସ୍ୟ ସ୍ୱତଃପ୍ରବୃତ୍ତ ଭାବେ ଯୋଗ ଦେଇଥିଲେ l ଏଥି ନିମନ୍ତେ ପୂବରୁ ବଜରଙ୍ଗ ଦଳ ପକ୍ଷରୁ ସମସ୍ତ ହିନ୍ଦୁ ମାନଙ୍କୁ ଆହ୍ବାନ ଦିଆ ଯାଇଥିଲା l ପରିଶେଷରେ ସମସ୍ତ କର୍ମକର୍ତ୍ତା ମାନେ ଏକ ବାଇକ ରାଲିରେ ମାମୁଁ ଭଣଜା ପାହାଡ଼ ନିକଟରେ ଏକତ୍ରିତ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ l ତେବେ ବାଣପୁର ବାଲୁଗାଁରେ ପ୍ରତି ମଙ୍ଗଳବାର ଦିନ ଦିବା ୭ ଘଟିକାରେ ଏହିପରି ଭାବେ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି l
ବଜରଙ୍ଗ ଦଳ ବାଣପୁର – ବାଲୁଗାଁ ଉପଖଣ୍ଡ ତରଫରୁ ସାମୁହିକ ହନୁମାନ ଚାଳିଶା ପଠନ !!!

