ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ – ବାଣପୁର – ଚିଲିକା ଅଞ୍ଚଳର ଅଗ୍ରଣୀ କଳାନୁଷ୍ଠାନ “ମାଆ କାଳିଜାଈ କଳା ନିକେତନ” ର ତୃତୀୟ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି . ଅନୁଷ୍ଠାନର ସମ୍ପାଦକ ଜୟଦେବ ପାତ୍ରଙ୍କ ଦ୍ଵାରା ଆୟୋଜିତ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବ . ପ୍ରଥମ ଦିନରେ ବାଲୁଗାଁ କାମାଯୀ ଓ ଶିରିଡ଼ି ସାଇ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ , ସମ୍ମାନୀତ ଅତିଥି ଭାବେ ସିନେ ଅଭିନେତା ପିଣ୍ଟୁ ନନ୍ଦ, ସିନେ ହାସ୍ୟ ଅଭିନେତା ହୃଷିକେଶ ତ୍ରିପାଠୀ , ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ , ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଯୋଗ ଦେଇଥିଲେ । ପ୍ରଥମେ ସମସ୍ତ ଅତିଥି ମଞ୍ଚାସିନ ହୋଇ ମାଆ କାଳିଜାଈଙ୍କୁ ପୁଷ୍ପ ଅର୍ପଣ କରିବା ସହିତ ଦ୍ଵୀପ ପ୍ରଜ୍ଜ୍ୱଳନ କରିଥିଲେ । ସଭାନେତ୍ରୀ ସ୍ବପ୍ନା ବଡ଼ଜେନା ମଞ୍ଚ ପରିଚାଳନା କରିଥିଲେ । ବାଲୁଗାଁ ଡାନ୍ସ ଗୃପ ସହିତ ନିରାକାରପୁର ଓ ପୁରୀ, ଆସାମ ରୁ ଆସିଥିବା ଡାନ୍ସ ଗୃପ ସେମାନଙ୍କ ଓଡ଼ିଶୀ, ସମ୍ବଲପୁରି ନୃତ୍ୟ କଳା ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି , ସମ୍ମାନୀତ ଅତିଥି ମାନେ ସମସ୍ତ କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ । ଗତଦୁଇ ବର୍ଷର କୋଭିଡ କଟକଣା ଭିତରେ ଭିତରେ ଚଳିତ ବର୍ଷ ଏହି ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଦର୍ଶକଙ୍କ ସମାଗମ ହୋଇଥିଲା ।
ଅଗ୍ରଣୀ କଳାନୁଷ୍ଠାନ “ମାଆ କାଳିଜାଈ କଳା ନିକେତନ” ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

