ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁଣ୍ଯଶ୍ଲୋକ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ବାଙ୍କୀ ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର ଯୋଗଦେଇ ଉତ୍କଳମଣିଙ୍କ ନିଃସ୍ୱାର୍ଥ ସମାଜ ସେବା ଉପରେ ଆଲୋକପାତ କରିଥିଲେ l ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ବୈଦିକ ରୀତିରେ ଶ୍ରାଦ୍ଧ ତିଳ ତର୍ପଣ ଆଦି କରାଯାଇଥିଲା l ପୂଜ୍ଯପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ପ୍ରତିମୂର୍ତ୍ତୀର ପ୍ରତିଷ୍ଠାତା କବି ସୁନୀଲ କୁମାର ମିଶ୍ର କର୍ତ୍ତା ଭାବେ ପିଣ୍ଡଦାନ ଓ ହୋମକର୍ମ ସମ୍ପାଦନ କରିଥିଲେ l ପଣ୍ଡିତ ନୃସିଂହ ଚରଣ ଦାଶ ଶ୍ରାଦ୍ଧ ହୋମ ପୁଷ୍ପାଞ୍ଜଳି ଆଦି ବିଧି ବିଧାନ ସମ୍ପର୍ଣ୍ଣ କରିଥିଲେ l ଏହି ଅବସରରେ ସେବାକାର୍ଯ୍ୟ ପାଇଁ ଆଇନଜୀବୀ ରଞ୍ଜିତ କୁମାର ତ୍ରିପାଠୀଙ୍କୁ ଉତ୍କଳମଣି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସମ୍ମାନୀତ ଅତିଥି ଭାବେ ଧନେଶ୍ଵର ବଳିଆର ସିଂହ, କମଳାକାନ୍ତ ପ୍ରହରାଜ, ରାଧାମୋହନ ସାହୁ, ଦିଲ୍ଲୀପ କୁମାର ମହାପାତ୍ର, ଦାଶରଥି ସାହୁ, ବଂଶୀଧର ବେହେରା, ପ୍ରଫୁଲ୍ଲ ମହାପାତ୍ର, ଅନନ୍ତ ଚରଣ ଦାସ ଓ ଅକ୍ଷୟ ତ୍ରିପାଠୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦେଇ, ଚିନ୍ମୟ ପଣ୍ଡା, ସଦାନନ୍ଦ ସାହୁ, ବିନୋଦ ବିହାରୀ ସ୍ଵାଇଁ, ବିଜୟ ମହାନ୍ତି, ବୁଦ୍ଧେଶ୍ବର ସ୍ଵାଇଁ, ସୌଭାଗିନୀ ନନ୍ଦ, ପ୍ରଭାତୀ ତ୍ରିପାଠୀ, ଉମାମଣି ମହାପାତ୍ର ଆଦି ଶିକ୍ଷକ ମାନେ ସହଯୋଗ କରିଥିଲେ l ୨୦୧୬ ମସିହାରୁ ଉତ୍କଳମଣିଙ୍କ ନାତି ରବିନ୍ଦ୍ର ନାଥ ଦାଶଙ୍କ ଦ୍ଵାରା ଉନ୍ମୋଚିତ ଉକ୍ତ ପ୍ରତିମୂର୍ତ୍ତୀ ଠାରେ ପ୍ରତିଷ୍ଠାତା ସୁନୀଲ କୁମାର ମିଶ୍ର ପ୍ରତିବର୍ଷ ଶ୍ରାଦ୍ଧ ଜୟନ୍ତୀ ପାଳନ କରି ଆସୁଥିବା ବେଳେ ଚିନ୍ମୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଆଇନଜୀବୀ ରଞ୍ଜିତ କୁମାର ତ୍ରିପାଠୀଙ୍କୁ ଉତ୍କଳମଣି ସମ୍ମାନ !!!

