ବାଣପୁରର ମା ‘ଭଗବତୀଙ୍କ ପୀଠରେ ଶତଚଣ୍ଡି ଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା ‘ ଭଗବତୀ ପୀଠ ଅନ୍ୟତମ । ଏହି ତନ୍ତ୍ରପୀଠ କୁ ସଦାସର୍ବଦା ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ମା ଙ୍କ ମନ୍ଦିର ସଦାସର୍ବଦା ଚଳଚଞ୍ଚଳ ଥିବାବେଳେ, ବିଭିନ୍ନ ସମୟରେ ମା ‘ଙ୍କ ମନ୍ଦିର ବେଢା ପରିସରରେ ଯାଗଯଜ୍ଞ ଅନୁଷ୍ଠିତ ହୋଇଥାଏ । ବଳିଆ ବାବାଙ୍କ ଦ୍ବାରା ମା ଭଗବତୀଙ୍କ ପୀଠରେ ଆସନ୍ତା ମାସ ୧୩ ତାରିଖରେ ହେବାକୁ ଥିବା ଶତଚଣ୍ଡି ଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ କିପରି ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ସମାପନ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ବଳିଆ ବାବାଙ୍କ ଆଶ୍ରମରୁ ଆସିଥିବା କିଛି ସାଧୁଙ୍କ ସମେତ ସ୍ଥାନିୟ ପ୍ରଶାସନ ଅଧିକାରୀ ଓ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଆଲୋଚନା କରିଥିଲେ ।

 

 

Leave a Reply

Your email address will not be published. Required fields are marked *