ଢ଼େଙ୍କାନାଳ ଏଲଆଇସି ଅଫିସ୍ ମେନ୍ ବ୍ରାଞ୍ଚରେ ଫୁଟିଲା ଗୁଳି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ସଦର ମହକୁମା ଠାରେ ଥିବା ରଥଗଡା ନିକଟବର୍ତ୍ତୀ ଏଲଆଇସି କାର୍ଯ୍ୟାଳୟ ପରିସର ମଧ୍ୟରେ ସିକ୍ୟୁରିଟି ର ବନ୍ଧୁକରୁ ଗୁଳି ଫୁଟିଛି । ଅଳ୍ପକେ ବର୍ତ୍ତିଲେ ଏଲଆଇସି କର୍ମଚାରୀ । ଅସାବଧାନତା ଯୋଗୁଁ ସିଏମଏସ ସିକ୍ୟୁରିଟି ଗାର୍ଡଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା । ଏଲଆଇସି ରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆସିଥିଲା ସିଏମଏସ ଗାଡି । ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଅସାବଧାନତା ବଶତଃ ଗୁଳି ଫୁଟି ଯାଇଥିଲା । ଗୁଳି ଫୁଟିବା କାରଣରୁ ଅଫିସ ସିଲିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ଖବର ଜାଣିବା ପରେ ଟାଉନ ଥାନା ଅଧିକରିଣୀ ନମିତା ନାଏକ ଟିମ ସହ ପହଞ୍ଚି ଘଟଣାଟିର ତଦନ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *