ଯୁବବନ୍ଧୁ ସତସଂଘ ପରିବାର ପକ୍ଷରୁ ବନ ମହୋତ୍ସବ ପାଳନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବାଙ୍କୀ ଉପଖଣ୍ତର ସାତୋଟି ଗ୍ରାମର ଖୋଲାସ୍ଥାନରେ ବ୍ୟାପକ ଗଛ ଲଗାଇବା କାର୍ଯ୍ୟକ୍ରମ ବାଙ୍କୀର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ହାତକୁ ନେଇଛି । ସେହି କ୍ରମରେ ବନ ମହୋତ୍ସବର ୨ ୟ ଦିନରେ ଯୁବବନ୍ଧୁ ସତସଂଘ ପରିବାର ସହାୟତରେ ଅରପୁର ଗ୍ରାମର ଚୁଆହିଡ, ମଙ୍ଗଳା ମନ୍ଦିର ରାସ୍ତାକଡ, କାହୁଁ ନାୟକ ଛକ, ସେବାଘର ପାଠାଗାର ପରିସରରେ ପ୍ରାୟ ୫୦ ରୁ ଅଧିକ ଔଷଧିୟ ବୃକ୍ଷରୋପଣ ଅଁଳା, ଲିମ୍ବ ,ସାହାଡା , କରଂଜ ଓ ବର ଅଶ୍ବତଥ ଗଛମାନ ଲଗା ଯାଇଥିଲା । ଅନୁଷ୍ଠାନର ଆବାହାକ ଅକ୍ଷୟ କୁମାର ସାମଲଙ୍କ ସଭାପତିତ୍ବରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଛ ଲଗାଇବାକୁ ଗ୍ରାମାଂଚଳରେ କିପରି ବ୍ୟାପକ କରାହେବ ସେଥିପ୍ରତି ନିଜ ପରିବାରରୁ ଉଦ୍ୟମ କରିବାକୁ ଶପଥ ନେଇଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମାଜିକ କର୍ମି ଦିବ୍ୟଜ୍ୟୋତି ପ୍ରସାଦ, କବି ବିପ୍ଲବ, ପ୍ରକାଶ ଚନ୍ଦ୍ର ପ୍ରଧାନ , ଧର୍ମଗୁରୁ କୁମାର ଅମୀୟ ,ବିଚିତ୍ରା ବେଉରା ପ୍ରମୁଖ ଯୋଗଦେଇ ଗଛ ଲଗାଇବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *