ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ କିନ୍ନର ଙ୍କୁ ଯୌନ ନିର୍ଯାତନା, ପ୍ରେମରେ ପ୍ରତାରଣା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ ଏବଂ ଭିଡିଓ କୁ ସାମାଜିକ ଗଣମାଧ୍ୟମ ରେ ପ୍ରସାର କରିବା ଅଭିଯୋଗ ରେ ବାଣପୁର ପୋଲିସ ଜଣେ ବିବାହିତ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ! ଅଭିଯୁକ୍ତ ଯୁବକ ଜଣକ ହେଲେ ବାଣପୁର ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ଦୀପକ କୁମାର ମାଝୀ । ଅଦାଲତ ଦୀପଙ୍କଙ୍କ ଜାମିନ ଆବେଦନ କୁ ଖାରଜ କରି ବିଚାର ବିଭାଗୀୟ ହାଜତ କୁ ପଠାଇ ଦେଇଛନ୍ତି ! ଅଭିଯୋଗ ରୁ ପ୍ରକାଶ ଯେ ଦୀପକ ଦୀର୍ଘ ଦିନ ଧରି ବିଦେଶ ରେ କାମ କରୁଥିଲେ. କିଛି ମାସ ପୂର୍ବେ ଜଗତସିଂହପୁର ଜିଲ୍ଲା ଚାରଵାଟିଆ ଗ୍ରାମ ର ନନ୍ଦିନୀ ନାଥ ଶର୍ମା ଓରଫ ରାହୁଲ ନାଥ, (୧୯ ) ନାମକ ଜଣେ କିନ୍ନର ଙ୍କୁ ଇନଷ୍ଟାଗ୍ରାମ ଜରିଆରେ ପରିଚୟ ହୋଇ ତାଙ୍କ ସହ ବନ୍ଧୁତା ସୃଷ୍ଟି କରି ତାଙ୍କୁ ଭଲ ପାଇ ବସିବା ସଙ୍ଗେ ସଙ୍ଗେ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସଙ୍ଗେ ଶାରୀରିକ ସମ୍ପର୍କ ରଖିଥିଲେ ! ସେହି ଅନ୍ତରଙ୍ଗ ମୁହୂର୍ତ ର କିଛି ଫଟୋ ଏବଂ ଭିଡିଓ କୁ ଗୁପ୍ତ ଭାବେ ଉତ୍ତୋଳନ କରି ଟଙ୍କା ନଦେଲେ ଏହାକୁ ଭାଇରାଲ କରିଦେବାକୁ ଧମକ ଦେଇ ନନ୍ଦିନୀ ଙ୍କୁ ବ୍ଲାକ ମେଲ କରି ପ୍ରଚୁର ଟଙ୍କା ଆଦାୟ କରୁଥିଲେ ! କିନ୍ତୁ ଶେଷରେ ସେ ଏହି ଅଶ୍ଳୀଳ ଫଟୋ ଏବଂ ଭିଡିଓ କୁ ନନ୍ଦିନୀ ଙ୍କ ଭାଇ ଏବଂ ପରିବାର ବର୍ଗ ଙ୍କୁ ହ୍ୱାଟ୍ସଅପ ଏବଂ ଫେସ ବୁକ ମାଧ୍ୟମରେ ପଠାଇ ଥିଲେ । ତେଣୁ କିନ୍ନର ନନ୍ଦିନୀ ଓରଫ ରାହୁଲ ନାଥ ଗତ କାଲି ଏ ସମ୍ପର୍କ ରେ ବାଣପୁର ଥାନାରେ ଏତଲା ଦେଇଥିଲେ । ବାଣପୁର ପୁଲିସ ଏ ସମ୍ପର୍କ ରେ କେଶ ନମ୍ବର ୩୭୦/୨୩ ରେ ଏକ ମାମଲା ରୁଜୁ କରି ୨୯୪/୩୭୭/୩୮୭/୪୨୦/୫୦୬/୫୦୭ ଆଇ ପି ସି ଇ /୬୭ ଏ ଆଇଟି ଧାରା ଅନୁଯାଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବାର ବାଣପୁର ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି।।
କିନ୍ନର ଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା : ବିଦେଶ ଫେରନ୍ତା ଯୁବକଙ୍କୁ ଗିରଫ କଲା ବାଣପୁର ପୋଲିସ !!!

