ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ସେବା ସମବାୟ ସମିତିର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି ।ପ୍ରକାଶ ଥାଉକି, ଆସନ୍ତା ୬ ତାରିଖରେ ସଭାପତି ପଦବୀ ପାଇଁ ନୋମିନେସନ ହେବ ଏବଂ ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ । ୧୫ ଟି ପରିଷଦ ସଭ୍ୟ ପଦରୁ ୧୨ ଜଣ ବିଜେପି ସମର୍ଥିତ ଏବଂ ୩ ଜଣ ବିଜେଡି ସମର୍ଥିତ ସଭ୍ୟ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ନିର୍ବାଚିତ ହୋଇଥିବା ବିଜେପି ସମର୍ଥିତ ସଭ୍ୟ ହେଲେ ନିରଂଜନ ଜେନା , ସୁଦାମ ଚରଣ ଜେନା, ଲକ୍ଷ୍ମୀଧର ପ୍ରଧାନ, ରାଜକିଶୋର ସେଠୀ, ପ୍ରଦୀପ କୁମାର ପଣ୍ଡା, ପ୍ରଫୁଲ କୁମାର ମହାରଣା, ରମେଶ କୁମାର ପଣ୍ଡା, ଶ୍ରୀମତୀ ସଂଯୁକ୍ତା ଜେନା, ନଳିନୀକାନ୍ତ ପ୍ରଧାନ, ଶ୍ରୀମତୀ ବିଳାସିନୀ ପ୍ରଧାନ, ସୁବାଷ ଦଳବେହେରା, ଶ୍ରୀମତୀ ମମତା ପ୍ରଧାନ ଏବଂ ବିଜେଡି ସମର୍ଥିତ ସଭ୍ୟ ଡାଃ ଦେବେନ୍ଦ୍ର ନାଥ ମାନସିଂହ, ବିଜୟ କୁମାର ମଙ୍ଗରାଜ, ଶ୍ରୀମତୀ ସବିତା ଲେଙ୍କା ସମସ୍ତେ ସମବାୟ ସମିତିର ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟି ତରଫରୁ ନନ୍ଦପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ବିଷ୍ଣୁଡିହ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି, ନନ୍ଦପୁର ପଂଚାୟତ ପୂର୍ବତନ ନାଏବ ସରପଞ୍ଚ ବିକ୍ରମ କେଶରୀ ମହାପାତ୍ର , ସମବାୟ ସମିତି ନିର୍ବାଚିତ ସଭ୍ୟ ,ସମାଜସେବୀ ଅମୂଲ୍ୟ ଜେନା ଏବଂ ପଂଚାୟତର ବରିଷ୍ଠ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ସଭ୍ୟ ଲକ୍ଷ୍ମୀଧର ପ୍ରଧାନଙ୍କୁ ସଭାପତି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ନନ୍ଦପୁର ପ୍ରାଥମିକ ସେବା ସମବାୟ ସମିତି ଲିଃ ର ସଭାପତି ହେବେ : ସମାଜସେବୀ ଲକ୍ଷ୍ମୀଧର ପ୍ରଧାନ !!!

