ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଓଳିଆ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଠାରେ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଆଜିର ଏହି ବୈଠକରେ ଓଡିଶା ଡ୍ରାଇଭର ମହାସଙ୍ଘ ସୁକିନ୍ଦା ବ୍ଲକ ସଭାପତି ଶମ୍ଭୁନାଥ ମହାନ୍ତ, ଉପସଭାପତି ଶାନ୍ତନୁ ମହାନ୍ତ , ସମ୍ପାଦକ ତାରାକାନ୍ତ ଜେନା, କୋଷାଧ୍ୟକ୍ଷ ବଳରାମ ମହାନ୍ତଙ୍କ ତତ୍ତ୍ଵାବଧାନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ଡ୍ରାଇଭର ମହାସଙ୍ଘ ଯାଜପୁର ଜିଲ୍ଲାର ଉପସଭାପତି ଅମର ପତି, ଉପଦେଷ୍ଟା ଜିତେନ୍ଦ୍ର ପଣ୍ଡା, ସମ୍ପାଦକ ଶରତ ବେହେରା ଯୋଗଦେଇ ସ୍ଥାନୀୟ ଯୁବ ସାମ୍ବାଦିକ ଯିଜ୍ଞାଶୁ ସାହୁ , ଜଗବନ୍ଧୁ ମହାଳିକ ଓ ସଂଘର ବହୁ ସଦସ୍ୟଙ୍କୁ ସଙ୍ଘ ପକ୍ଷରୁ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ କିପରି ଆଗାମୀ ଦିନରେ ସଙ୍ଘରେ ଆଧିକ ସଦସ୍ୟ ଯୋଡ଼ି ହେବେ ଓ ଆଗାମୀ କାର୍ଯ୍ୟପନ୍ଥା ପାଇଁ ଅତିଥିଅନେ ବିଶେଷ ବାର୍ତ୍ତା ଦେଇଥିଲେ ।

Leave a Reply

Your email address will not be published. Required fields are marked *